ବିଶ୍ୱକର୍ମାପୂଜା ଭୋଗଖାଇ ହରିପୁରରେ ଝାଡାବାନ୍ତି

0

ବଡ଼ସାହି : ବେତନଟୀ ବ୍ଲକ, ହରିପୁର ଗ୍ରାମର ସଧାଂଶୁ ରାଉତଙ୍କ ଘରେ ହେଉଥିବା ବିଶ୍ୱକର୍ମାପୂଜା ଭୋଗ ଖାଇ ଦୁଇଦିନରେ ଗ୍ରାମର ୧୭ଜଣ ଲୋକେ ଝାଡାବାନ୍ତିରେ ଆକ୍ରାନ୍ତହୋଇ ଚିକିତ୍ସାଧୀନ ଅଛନ୍ତି। ମଙ୍ଗଳବାର ସକାଳେ ସୁଧାଂଶୁ ରାଉତଙ୍କ ସମେତ ତାଙ୍କ ପରିବାରର ରଞ୍ଜିତା ରାଉତ(୨୮), ରଞ୍ଜନ ରାଉତ(୨୫) ଓ ସାବିତ୍ରୀ ରାଉତଙ୍କୁ ବୈଶିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଗ୍ରାମର ସୁସ୍ମିତା ମହାନ୍ତ(୩୦), ମିହିର ମହାନ୍ତ(୧୬), ପୂଜା ମହାନ୍ତ(୧୪) ଓ ସର୍ବେଶ୍ୱର ମହାନ୍ତ(୩୮)ଙ୍କୁ ସେହିଦିନ ବୈଶିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ପୂଜା ମହାନ୍ତଙ୍କୁ ବୁଧବାର ସକାଳେ ପ୍ରଥମେ ବେତନଟୀ ପରେ ବାରପଦା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ ବୁଧବାର ସକାଳେ ଅନ୍ୟ ୯ଜଣ ତାରାମଣୀ ନାୟକ(୬୫), ରଞ୍ଜିତା ସିଂ(୧୩), ସସ୍ମିତା ସିଂ(୧୬), ମିନତୀ ସିଂ(୧୬), ଅଜୟ ସିଂ, ଯଶୋଦା ଦଣ୍ଡସେନା(୨୪), ଗୀତା ଦଣ୍ଡସେନା(୧୨), ସୁମତି ଦଣ୍ଡସେନା(୪୦) ଓ ପ୍ରଦ୍ୟୁମ୍ନ ମହାନ୍ତ(୫୦)ଙ୍କୁ ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ବାରିପଦା ସ୍ଥାନାନ୍ତର କରାଯାଇଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢିବାର ଅନୁମାନ କରାଯାଉଛି।

Leave A Reply