କାହିଁକି ପଣା ସଂକ୍ରାନ୍ତିର ଅନ୍ୟନାମ ବିଷୁବ ସଂକ୍ରାନ୍ତି ବା ମହା ବିଷୁବ ସଂକ୍ରାନ୍ତି

0

ହିନ୍ଦୁ ଧର୍ମରେ ଓ ସାରା ଭାରତରେ  ପଞ୍ଜିକାର ବ୍ୟବହାର ରହି ଆସିଅଛି ।  ପଣା ସଂକ୍ରାନ୍ତି ଦିନ ସମସ୍ତ ପଞ୍ଜିକାରେ ସୌରମାସ ଆରମ୍ଭ ହୋଇଥାଏ । ଏହାକୁ ମେଷ ସଂକ୍ରାନ୍ତି କୁହାଯାଏ । ମାତ୍ର ଏହା ପଣା ସଂକ୍ରାନ୍ତି, ବିଷୁବ ସଂକ୍ରାନ୍ତି ଓ ମହା ବିଷୁବ ସଂକ୍ରାନ୍ତି ନାମରେ ପ୍ରସିଦ୍ଧ ।

ମେଷ ରାଶିରେ ସୂର୍ଯ୍ୟଙ୍କ ଅବସ୍ଥାନ ଯୋଗୁଁ ଏହାକୁ ମେଷ ସଂକ୍ରାନ୍ତି କୁହାଯାଏ । ପୃଥୀବିକୁ ଦୁଇଟି ଗୋଲାର୍ଦ୍ଧରେ ବିଭକ୍ତ କରାଯାଇଛି । ଉତ୍ତର ଗୋଲାର୍ଦ୍ଧ ଓ ଦକ୍ଷିଣ ଗୋଲାର୍ଦ୍ଧ । ଏହି ମଝିରେ ବିଷୁବ ରେଖା ରହିଛି । ଏହି ଦିନ ସୂର୍ଯ୍ୟ ବିଷୁବ ରେଖା ଉପରେ ଅବସ୍ଥାନ କରିଥାଆନ୍ତି । ଏଥିପାଇଁ ଏହାକୁ ବିଷୁବ ସଂକ୍ରାନ୍ତି କୁହାଯାଏ । ଏହି ଦିନ ଠାରୁ ଉତ୍ତର ଗୋଲାର୍ଦ୍ଧରେ ଅଧିକ ସୂର୍ଯ୍ୟ କିରଣ ପଡୁଥିବା ଯୋଗୁଁ ତାପମାତ୍ରା ବୃଦ୍ଧି ହୋଇଥାଏ ।

ବିଷୁବ କ୍ରାନ୍ତି ବା ବିଷୁବ ରେଖା ଉପରେ ସୂର୍ଯ୍ୟ ଅବସ୍ଥାନ କରୁଥିବାରୁ ଏହାର ନାମ ବିଷୁବ ସଂକ୍ରାନ୍ତି

Leave A Reply