ମହା ବିଷୁବ ସଂକ୍ରାନ୍ତି  ବା ପଣା ସଂକ୍ରାନ୍ତିରେ ଘଟଗାଁ ମା ତାରିଣୀଙ୍କର ସୁନା ବେଶ ଅନୁଷ୍ଠିତ

0

କେନ୍ଦୁଝର:  ମହାବିଷୁ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ଅବସରରେ ମା’ ତାରିଣୀଙ୍କର ପୀଠରେ ପ୍ରବଳ ଜନ ସମାଗମ ହୋଇଛି । ଲକ୍ଷାଧିକ ଭକ୍ତ ମାଆଙ୍କୁ ଏହି ଅବସରରେ ଦର୍ଶନ କରିଛନ୍ତି । ଭୋର ସମୟରୁ ଦେହୁରୀ ମାନେ ମା’ଙ୍କୁ କ୍ଷୀର, ଳହୁଣୀ, ହଳଦି, ଚୁଆ, ଚନ୍ଦନ, ମହୁ ଆଦି ଲେପନ କରି ମାଜଣା କରିବା ପରେ ମାଙ୍କ ସ୍ନାନ କରାଇବା ପରେ ପରେ ମାଙ୍କୁ ସୁନା ଅଳଙ୍କାରରେ  ସୁନାବେଶ କରାଇଥିଲେ । ଏହା ପରେ ମାଆଙ୍କର ଆଳତୀ କରାଯାଇଥିଲା । ଭକ୍ତଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ସହ, ପୁଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଧାଡିରେ ଭକ୍ତମାନେ ମାଆଙ୍କର ଦର୍ଶନ କରିଛନ୍ତି । ଏଠାର ସାତ ଦିନ ଧରି ଚଇତି ପର୍ବ ଅନୁଷ୍ଠିତ ହେଉଛି ।  ତାରିଣୀ ପୀଠ ନିକଟରେ ଭଜନ କାର୍ଯ୍ୟକ୍ରମ ସହ ଅନ୍ୟାନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

Leave A Reply