ପ୍ରଥମ କରବା ଚୌଥରେ ଏଭଳି ନଜର ଆସିଲେ ବିରୁଷ୍କା

0

ଶନିବାର ବିରାଟ କୋହଲି ପତ୍ନୀ ଅନୁଷ୍କା ଶର୍ମାଙ୍କ ପ୍ରଥମ କରବା ଚୌଥ ପାଳନ କରିଛନ୍ତି । ଏହାର ଏକ ଫଟୋ ବିରାଟ ଟ୍ବିଟରରେ ସେୟାର କରି ଲେଖିଛନ୍ତି ‘ମେରୀ ଜିନ୍ଦେଗି, ମେରା ଜାହାଁ’ । ଏହି ଫଟୋରେ ଅନୁଷ୍କା ଏକ ହଳଦିଆ ରଙ୍ଗର ଶାଢୀ  ବିରାଟ କଳା କୁର୍ତ୍ତାରେ ନଜର ଆସିଛନ୍ତି । ଫଟୋରେ ଅନୁଷ୍କା ମଧ୍ୟ କମେଣ୍ଟ କରି ଲେଖିଛନ୍ତି ଯେ, ମେରା ଚାନ୍ଦ, ମେରା ସୁରଜ, ମେରା ତାରା ଏବଂ ମେରା ସବକୁଛ୍ । ଦୈବ ସଂଯୋଗ ବିରାଟ କରବା ଚୌଥ ଦିନ ବନଡେରେ ଓେଷ୍ଟଇଂଡିଜ୍ ବିପକ୍ଷରେ ଖେଳି ଲଗାତର ଭାବେ ତୃତୀୟ ଥର ପାଇଁ ଶତକ ହାସଲ କରିଛନ୍ତି । ଏଭଳି ଶତକ ହାସଲ କରିଥିବା ସେ ହେଉଛନ୍ତି ଭାରତର ପ୍ରଥମ  ବ୍ୟାଟସ୍‌ମ୍ୟାନ ।

Leave A Reply