୩୦ଟି ବିଦେଶୀ ପକ୍ଷୀଙ୍କ ମୃତଦେହ ଜବତ, ୨ଶିକାରୀ ଗିରଫ

0

ଖୋର୍ଦ୍ଧା : ଚିଲିକା କୂଳ ବାଲିପାଟପୁର ଓ ଅଭିମାନପୁର ଅଞ୍ଚଳରୁ ୩୦ଟି ବିଦେଶୀ ପକ୍ଷୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଏଥିରେ ସମ୍ପୃକ୍ତ ଥିବା ୨ଜଣ ଶିକାରୀଙ୍କୁ ବନ ବିଭାଗ ପକ୍ଷରୁ ଗିରଫ କରାଯାଇଛି। ସେମାନେ ହେଲେ ଗୋପୀନାଥପୁରର ବାବୁଲି ପ୍ରଧାନ ଓ ଅଭିମାନପୁରର ଗୋପୀନାଥ ପରିଡା। ବନ ବିଭାଗର କଟକଣା ସତ୍ତେ୍ୱ ଚିଲିକାରେ ପକ୍ଷୀ ଶିକାର କରାଯାଇଛି।
ଶୀତ ଆସିବାରୁ ଚିଲିକାକୁ ଅନେକ ବିଦେଶୀ ପକ୍ଷୀଙ୍କ ସମାଗମ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ଚିଲିକାରେ ପକ୍ଷୀ ଶିକାର ବେଆଇନ ଘୋଷଣା କରାଯାଇଛି। କିନ୍ତୁ ପାଟ୍ରୋଲିଂ ସଠିକ ଭାବେ ହେଉ ନଥିବାରୁ ଶିକାରୀମାନେ ପକ୍ଷୀ ଶିକାର କରୁଥିବା ଅଭିଯୋଗ ହୋଇଛି।

Leave A Reply