ଶରୀରରୁ ଆଠଟି ଗୁଳି ବାହାରିବା ପରେ କାର୍ଯ୍ୟରେ ଯୋଗ ଦେଲେ ସିଆର୍‌ପିଏଫ୍‌ ଜବାନ୍‌ ଖୁରସିଦ୍‌ ଅହମ୍ମଦ

ଶ୍ରୀନଗର .- ଆତଙ୍କବାଦୀଙ୍କୁ ସାମ୍ନା କରୁଥିବା ବେଳେ ଶରୀରରେ ୮ଟି ଗୁଳି ବାଜିଥିଲେ । ହେଲେ ଭାରତର ଏହି ବୀର ଜବାନ ଚିକିତ୍ସା ପରେ ଠିକ୍‌ ହେବା ସହ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଏହି ବୀର ଜବାନ୍‌ ଜଣଙ୍କ ହେଉଛନ୍ତି ସିଆର୍‌ପିଏଫ୍‌ର ଜବାନ୍‌ ଖୁରସିଦ୍‌ ଅହମ୍ମଦ ।

୨୦୧୬ ମସିହାରେ ଆତଙ୍କବାଦୀଙ୍କୁ ସାମ୍ନା କରୁଥିବା ବେଳେ ତାଙ୍କ ଶରୀରରେ ୮ଟି ଗୁଳି ବାଜିଥିଲା । ଏହି ସମୟରେ ୮ ଜଣ ସିଆର୍‌ପିଏଫ୍‌ ଜବାନ୍‌ ସହିଦ ହୋଇଥିଲେ । ୨୨ ଜଣ ସିଆର୍‌ପିଏଫ୍‌ ଜବାନ୍‌ ଆହତ ହୋଇଥିଲା । ଅହମ୍ମଦ ଏବେ ଶ୍ରୀନଗରର କାର୍ଯ୍ୟଳୟରେ କାର୍ଯ୍ୟରତ ଅଛନ୍ତି ।

Comments are closed.