ସୁପ୍ରିମକୋର୍ଟ ଯିବେ ଜଷ୍ଟିସ ବିନୀତ ସରଣ

0

କଟକ : ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ବିନୀତ ସରଣଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ଦିଆଯାଇଛି। ସୁପ୍ରିମକୋର୍ଟ କଲେଜିୟମ ଏଥିପାଇଁ ତାଙ୍କ ନାମ ସୁପାରିସ କରିଛନ୍ତି। ଅନ୍ୟପକ୍ଷରେ କଲେଜିୟମ ଓଡିଶା ସମେତ କେରଳ ଓ ମାଡ୍ରାସ ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ନିଯୁକ୍ତି ପାଇଁ ସୁପାରିସ କରିଛି। ସେହି ଅନୁସାରେ ରାଜସ୍ଥାନ ହାଇକୋର୍ଟର ବିଚାରପତି କେ.ଏସ. ଜାଭେରୀଙ୍କୁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି। ବିଚାରପତି ଜାଭେରୀ ଗୁଜରାଟ ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ ମଧ୍ୟ ବଦଳି ଆଧାରରେ ରାଜସ୍ଥାନ ହାଇକୋର୍ଟରେ କାର୍ଯ୍ୟରତ ଅଛନ୍ତି।

Leave A Reply