ବାଇକ ଚୋରିରେ ସଂପୃକ୍ତ ଅଭିଯୁକ୍ତ ଗିରଫ

0

ବରଗଡ: ବାଇକ ଚୋରିରେ ସଂପୃକ୍ତ ତିନି ଜଣ ଅଭିଯୁକ୍ତଙ୍କୁ ପୁଲିସ ଧରିବାରେ ସଫଳ ହୋଇଛି। ଅଭିଯୁକ୍ତମାନେ ହେଲେ ସୋହେଲାର ଜିତେନ୍ଦ୍ର ଠାକୁର, ଡୁମେରପାଲୀର ଇନ୍ଦ୍ରଜିତ ନାୟକ ଓ ଦାମପାଲୀର ସୁବଳ ଖମାରୀ। ସେମାନଙ୍କ ନିକଟରୁ ଗୋଟିଏ ବାଇକ ଜବତ କରାଯାଇଛି। ସୋହେଲା ଥାନା ଇନ୍ସପେକ୍ଟର ନିର୍ମଳ ମହାପାତ୍ର ସେମାନଙ୍କୁ ମଙ୍ଗଳବାର ଦିନ କୋର୍ଟ ଚାଲାଣ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ମାନଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ବାଇକ ଚୋରି ନେଇ ଅଭିଯୋଗ ରହିଛି।

Leave A Reply