ଇଂରାଜୀ କହୁଥିବା ଦେଶୀ ଚୋର,କିଣିବ କହି ୧୦ ଲକ୍ଷର ବାଇକ୍‌ ନେଇ ଛୁ

0

ଗରୁଗ୍ରାମ: ଦିଲ୍ଲୀ ନିକଟସ୍ଥ ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟ ଘଟଣା ଘଟିଛି ।ଅ ଜୟ ସିଂ ନାମକ ଜଣେ ବ୍ୟକ୍ତି  ନିଜର ୧୦ ଲକ୍ଷ ଟଙ୍କାର ହାର୍ଲେ ଡେଭିଡ୍‌ସନ୍‌ ମଟରସାଇକେଲ୍‌କୁ ବିକ୍ରି କରିବା ପାଇଁ କେତେକ ଅନ୍‌ଲାଇନ୍‌ ସାଇଟ୍‌ରେ ପ୍ରକାଶ କରିଥିଲେ । ତାଙ୍କୁ ଅତି ଚମତ୍କାର ଇଂରାଜୀ କହୁଥିବା ଜଣେ ଯୁବକ ଗାଡି କିଣିବା କଲ୍‌ କରିଥିଲେ ।  ସେ ମଟରସାଇକେଲ୍‌ ବିଷୟରେ ଅନେକ କଥା ପଚାରିଥିଲେ । ଏହାପରେ ବିକ୍ରେତାଙ୍କ ଘରକୁ ଗାଡିକୁ ଦେଖିବା ପାଇଁ ଆସିଥିଲେ । ଇଂରାଜୀରେ ଅତି ଭଲ କଥାବାର୍ତ୍ତା କରିଥିଲେ ।  ଗାଡି ବିଷୟରେ ଟିକି ନିଖି ବୁଝିଥିଲେ । ୭ ହଜାର ଟଙ୍କା ଅଗ୍ରୀମ ବି ଦେଲେ । ହେଲେ ଗାଡିଟିକୁ ଟିକେ ପରିଖିବା ପାଇଁ କହିଥିଲେ । ବିକ୍ରେତା ତାଙ୍କର ବ୍ୟକ୍ତିତ୍ୱରେ ଭଳି ଯାଇଥିବାରୁ ଗାଡିଟିକୁ ଅଳ୍ପ ଚଲାଇ ଦେଖିବା ପାଇଁ ସମ୍ମତି ପ୍ରକାଶ କରିଥିଲେ ।

ଏହି ମଉକାରେ ଯୁବକର ଜଣକ ଗାଡି ଧରି ଚମ୍ପଟ ମାରିଥିଲେ । ଗାଡି ମାଲିକ ବହୁ ସମୟ ଅପେକ୍ଷା କରିଥିଲେ ମଧ୍ୟ ସେ ଫେରି ନ ଥିଲେ । ଏହାପରେ ଗାଡି ମାଲିକ ତାଙ୍କ ଗାଡି ଚୋରି ହୋଇଯାଇଥିବା ଭାବିଥିଲେ । ସେ ଥାନାରେ ଏ ବିଷୟରେ ଅଭିଯୋଗ କରିଛନ୍ତି । ଯୁବକ ଜଣଙ୍କ ତାଙ୍କୁ ତାଙ୍କ ନାମ ରାହୁଲ ନାଗର ଓ ସେ ଆଗ୍ରାରେ ମାର୍ବଲ ବ୍ୟବସାୟ କରୁଥିବା କଥା କହିଥିଲା , ମାତ୍ର ପୁଲିସ ଯାଞ୍ଚରୁ ଏହା ମିଛ ବୋଲି ଜଣାପଡିଛି । ଅଜୟ ସିଂ ନିକଟରେ ଲାଗିଥିବା ସିସି ଟିଭି କ୍ୟାମେରା ଫୁଟେଜ୍‌କୁ ପୁଲିସକୁ ଦେଇଛନ୍ତି । ଏହି ଆଧାରରେ ପୁଲିସ ଇଂରାଜୀ କହୁଥିବା ଦେଶୀ ଚୋରକୁ ଗିରଫ କରିବା ପାଇଁ ତଦନ୍ତ ଆରମ୍ଭ କରିଛି ।

Leave A Reply