ବାଇକ୍ ଧକ୍କାରେ ଯୁବକ ମୃତ

0

ଖଲ୍ଲିକୋଟ : ଅରୋବିନ୍ଦ ସ୍କୁଲ୍ ନିକଟରେ ଜଣେ ଯୁବକ ବାଇକ୍ ଧରି ଠିଆ ହୋଇଥିବା ଅନ୍ୟ ଦିଗରୁ ଆସୁଥିବା ଦ୍ରୁତଗାମୀ ଏକ ବାଇକ୍ ଧକ୍କା ଦେଇଥିଲା । ମୃତକ ଖଲ୍ଲିକୋଟ ଜଉଗ କଲେଜ ଅଧ୍ୟାପକ କାମେଶ୍ଵର ସାହୁଙ୍କ ପୁଅ ସୁରଜ ସାହୁ ବୋଲି ଜଣାପଡିଛି । ସ୍ଥାନୀୟଲୋକ ତାଙ୍କୁ ଉଦ୍ଧାର କରି ପ୍ରଥମେ ବ୍ରହ୍ମପୁର ଏମକେସିଜି ଓ ପରେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଦୁର୍ଘଟଣା ଘଟାଇ ଥିବା ବାଇକ ଚାଳକ ଜଣଙ୍କ ହେଲେ ଆମ୍ରି ଖାନ୍ ଓ ସେ ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ଛାତ୍ର ବୋଲି ଜଣାପଡିଛି । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ସେ ଫେରାର ଥିବା ବେଳେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି । ଏହି ଘଟଣାକୁ ନେଇ ଖଲ୍ଲିକୋଟ ପୁଲିସ୍ ଅଧିକ ତଦନ୍ତ ଆରମ୍ଭ କରିଛି ।

Leave A Reply