ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀ ମୃତ

ସିଂଲା : ବାଲେଶ୍ବର ଜିଲା ସିଂଲା ଥାନା ଅନ୍ତର୍ଗତ ସାର୍ଥାଠାରେ ଟ୍ରକ୍ ଧକ୍କାରେ ଗୁରୁବାର ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ଜଣଙ୍କ ସାର୍ଥା ଗ୍ରାମନିବାସୀ ରମାକାନ୍ତ ମଣ୍ଡଳଙ୍କ ପୁଅ ଜୟଦେବ(୨୫)। ଟ୍ରକଟି ସାର୍ଥାଠାରେ ବାଇକ୍ ଆରୋହୀଙ୍କୁ ଧକ୍କା ଦେବାପରେ ଟ୍ରକ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଟ୍ରକଟିକୁ ଗ୍ରାମବାସୀମାନେ ଅଟକ ରଖି କ୍ଷତିପୂରଣ ଓ କାର୍ୟ୍ୟାନୁଷ୍ଠାନ ଦାବି କରିଥିବା ସୂଚନା ମିଳିଛି।

Comments are closed.