ଗଛରେ ପିଟି ହେଲା ବାଇକ୍ ୨ ମୃତ , ୧ ଗୁରୁତର

0

କେନ୍ଦୁଝର : କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ସୁନା ପେଣ୍ଠ ଗାଁରେ ଏକ ବାଇକ୍ ଗଛରେ ପିଟିହୋଇ ୨ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ଖବରଅନୁସାରେ ତିନିଜଣ ପିଲା ଏକ ବାଇକରେ ରେବଣା ପଳାଶ ପାଳ ପୂଜା ଦେଖିବାକୁ ଯାଉଥିବା ବେଳେ ବାଇକଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଥିଲା । ଗାଡ଼ିଟିର ବେଗ ଅଧିକ ଥିବାରୁ ଘଟଣାସ୍ଥଳରେ ବିଶ୍ଵାମିତ୍ର ନାଏକ ଓ ଆକାଶ ନାଏକ ମୃତ୍ୟୁ ବରଣ କରିଥିବା ବେଳେ ବିଜୟ ନାଏକ ଗୁରୁତର ହୋଇଥିଲେ । ଖବର ପାଇ ପୁଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଏମାନଙ୍କୁ ଉଧାର କରିଥିଲେ । ଗୁରୁତର ବିଜୟଙ୍କୁ ହରିଚନ୍ଦନପୁର ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Leave A Reply