ତିନି ବାଇକ ଜାଳିଦେଲେ ଯୁବତୀ

0

ବାଲିଗୁଡ଼ା: ଜନୈକା ଯୁବତୀ ପ୍ରତିଶୋଧ ପରାୟଣ ହୋଇ ଜଣେ ଯୁବକ ଓ ତାଙ୍କ ପଡ଼ୋଶୀଙ୍କ ତିନିଟି ବାଇକକୁ ପୋଡ଼ି ଦେଇଛନ୍ତି। ପ୍ରେମ ସମ୍ପର୍କରେ ବିଫଳ ହେବାରୁ ଯୁବତୀ ଜଣକ ପ୍ରତିଶୋଧ ପରାୟଣ ହୋଇ ଏଭଳି କାଣ୍ଡ କରିଥିବା ଯୁବକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମଧ୍ୟ ରାତ୍ରୀର ଏହି ଘଟଣା ଘଟିଛି କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ୍‍ ସୁନାପାଙ୍ଗା ଅଞ୍ଚଳରେ।
ଅଭିଯୋଗ ଅନୁଯାୟୀ, ସ୍ଥାନୀୟ ଅଞ୍ଚଳର ଦିନେଶ ନାମକ ଜଣେ ଯୁବକଙ୍କ ସହିତ କ. ନୂଆ ଗାଁ ବ୍ଲକ୍‍ କଞ୍ଜାମେଣ୍ଡି ଅଞ୍ଚଳର ଜନୈକା ଯୁବତୀଙ୍କ ୨୦୧୫ ରୁ ପ୍ରେମ ସମ୍ପର୍କ ଥିଲା। କୌଣସି କାରଣରୁ ଦୁଇ ଜଣଙ୍କ ମଧ୍ୟରେ ମନାନ୍ତର ହେବା ପରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଏହାପରେ ପ୍ରତିଶୋଧ ପରାୟଣା ହୋଇ ଯୁବତୀ ଜଣକ ଗତ କାଲି ରାତିରେ ସମସ୍ତେ ଶୋଇଥିବା ବେଳେ ଦିନେଶଙ୍କ ଘରେ ପଶି ତାଙ୍କର ବାଇକ୍‍ରେ ନିଅାଁ ଲଗାଇ ଦେଇଥିଲେ। ଏଥିସହିତ ଦିନେଶଙ୍କ ପଡ଼ୋଶୀ ପ୍ରଦୀପ କୁମାର ମଲ୍ଲିକଙ୍କ ଘରେ ଥିବା ବାଇକ୍‍ ମଧ୍ୟ ଯୁବତୀଙ୍କ ରୋଷରୁ ବର୍ତ୍ତି ନଥିଲା। କିଛି ସମୟ ପରେ ଶବ୍ଦ ଶୁଣି ପରିବାର ଲୋକେ ଉଠିଥିଲେ। ଏହି ସମୟରେ ଯୁବତୀ ଜଣକ ଦୌଡ଼ି ଚାଲିଯାଉଥିବାର ଉଭୟ ପରିବାର ଲୋକ ଦେଖିôଥିଲେ। ଏହାପୂର୍ବରୁ ମଧ୍ୟ ଯୁବତୀ ଜଣକ ଦିନେଶଙ୍କୁ ଛୁରିରେ ଆଘାତ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଦିନେଶ ଓ ପ୍ରଦୀପଙ୍କ ପରିବାର ଲୋକେ ଯୁବତୀଙ୍କ ନାମରେ ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି।

Leave A Reply