ଆନ୍ତଃଜିଲା ବାଇକ ଚୋର ଗ୍ୟାଙ୍ଗର୨ସଦସ୍ୟ ଗିରଫ,୧୩ ବାଇକ ଜବତ,

0

ସୁନ୍ଦରଗଡ଼ : ସୁନ୍ଦରଗଡ଼ ସହର ଓ ଆଖପାଖ ଅଞ୍ଚଳରୁ ଗତ କେଇ ମାସ ହେଲା ସ୍ପଷ୍ଟ ଦିବାଲୋକରେ ବାଇକ ଚୋରି ହେଉଥିବାର ଅଭିଯୋଗ ହେଉଥିଲା । ପୁଲିସ ଏହି ଚୋର ଗ୍ୟାଙ୍ଗକୁ ଧରିବା ପାଇଁ ବିଭିନ୍ନ ପ୍ରକାର କୌଶଳ ଅବଳମ୍ବନ କରିଥିଲା ।  ପୂର୍ବରୁ ଟାଉନ ପୁଲିସ ଏହି ଗ୍ୟାଙ୍ଗର ସୁବ୍ରତ ରକ୍ସାକୁ ଗିରଫ କରିବା ସହ ଚୋରି ବାଇକ କିଣିବା ଅଭିଯୋଗରେ ଟିକେଶ୍ୱର କାଲୋକୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଥିଲେ ।  ସେତେବେଳେ ଏମାନଙ୍କଠାରୁ ୪ଟି ଚୋରି ବାଇକ ଜବତ କରାଯାଇଥିଲା । ମାତ୍ର ସୁବ୍ରତର ଗିରଫ ହେବାପରେ ଏହି ଗ୍ୟାଙ୍ଗର ଦୁଇ ସଦସ୍ୟ ତୁମଲିଆର ବସନ୍ତ ବାରିକ ଓ ତାପସ ବାରିକ ଫେରାର ହୋଇଯାଇଥିଲେ । ବସନ୍ତ ପୁଣି ତୁମଲିଆକୁ ଫେରି ସହରରେ ବୁଲାବୁଲି କରୁଥିବାର ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସ.ପି ସୌମ୍ୟା ମିଶ୍ର ତାକୁ ଗିରଫ କରିବା ପାଇଁ ଟାଉନ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ । ଟାଉନ ଥାନା ଅଧିକାରୀ ଅଶୋକ ଗିରିଙ୍କ ନେତୃତ୍ୱରେ ପୁଲିସ ବସନ୍ତକୁ କୌଶଳକ୍ରମେ ଅଟକ ରଖି ତନାଘନା କରିଥିଲେ । ଜେରା ବେଳେ ବସନ୍ତ ଜିତେନ୍ଦ୍ର ଖୁଣ୍ଟିଆ ସଂପର୍କରେ ସବିଶେଷ ତଥ୍ୟ ଦେବାରୁ ପୁଲିସ ବସନ୍ତ ଓ ଜିତେନ୍ଦ୍ରଙ୍କ ଠାରୁ ଜିଲା ଓ ଜିଲା ବାହାରୁ ଚୋରି ହୋଇଥିବା ୯ଟି ବାଇକକୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି ।  ଏହି ଗ୍ୟାଙ୍ଗର ଅନ୍ୟତମ ସଦସ୍ୟ ତାପସ ବାରିକ  ଫେରାର ହୋଇ ଯାଇଛି ।

Leave A Reply