ବିଜୁ ପଟ୍ଟନାୟକ ବିମାନବନ୍ଦର ପୁରସ୍କୃତ

0

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଶ୍ରେଷ୍ଠ ବିମାନବନ୍ଦର ପୁରସ୍କାର ମିଳିଛି। ଇଣ୍ଡୋନେସିଆର ବାଲି ଠାରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏୟାରପୋର୍ଟ କାଉନସିଲ ଇଣ୍ଟରନ୍ୟାସନାଲ (ଏସିଆଇ) ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ବିମାନବନ୍ଦର ନିର୍ଦେଶକ ସୁରେଶ ଚନ୍ଦ୍ର ହୋତା ପୁରସ୍କାର ଗ୍ରହଣ କରିଥିଲେ। ୨୦ ଲକ୍ଷରୁ ୫୦ ଲକ୍ଷ ଯାତ୍ରୀ କ୍ଷମତା ବିଶିଷ୍ଟ ବିମାନବନ୍ଦର ଶ୍ରେଣୀରେ ଭୁବନେଶ୍ବର ବିମାନବନ୍ଦରକୁ ଶ୍ରେଷ୍ଠ ବିବେଚିତ କରାଯାଇଥିଲା।

Leave A Reply