ମାର୍ଚ୍ଚ ୨୯ରେ ମୁକ୍ତିଲାଭ କରିବ ଅନୁଭବଙ୍କ ‘ବିଜୁ ବାବୁ’

0

ଭୁବନେଶ୍ୱର : ମାର୍ଚ୍ଚ ୨୯ରେ ମୁକ୍ତିଲାଭ କରିବ ଅନୁଭବଙ୍କ ବହୁ ପ୍ରତିକ୍ଷୀତ ଓଡ଼ିଆ ଚଳଚ୍ଚିତ୍ର ‘ବିଜୁ ବାବୁ’। ପୂର୍ବରୁ ‘ବିଜୁ ବାବୁ’ର ଟ୍ରେଲର ଓ ସଂଗୀତ ମୁକ୍ତିଲାଭ କରିସାରିଛି। ଯାହାକୁ ଦର୍ଶକ ମାନେ ବେଶ୍‍ ପସନ୍ଦ କରିଛନ୍ତି। ପଦ୍ମଶ୍ରୀ ନୀଳମାଧବ ପଣ୍ଡାଙ୍କ ନିବେଦିତ ଏହା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର। ଓଡିଶାର କଳିଙ୍ଗ ଷଣ୍ଢ ବିଜୁ ବାବୁଙ୍କୁ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବା ଏହି ଚଳଚ୍ଚିତ୍ର ମାଧ୍ୟମରେ ତାଙ୍କର ପ୍ରକୃତ ଲକ୍ଷ୍ୟ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଦେବୀପ୍ରସାଦ ଲେଙ୍କା ଓ ବିଶାଲ ମୌର୍ୟ୍ୟ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ଏଥିରେ ଅନୁଭବ ମହାନ୍ତି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

pic courtesy-orissa post

ଏଥିରେ ଅନୁଭବଙ୍କ ବିପକ୍ଷରେ ନାୟିକା ଭାବେ ଅଭିନୟ କରିଛନ୍ତି ସୁପ୍ରିୟା ନାୟକ । ପ୍ରେମ ଆନନ୍ଦଙ୍କ ସଂଗୀତ ନିର୍ଦ୍ଦେଶନାରେ ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ, ଦୀପ୍ତିରେଖା ପ୍ରମୁଖ କଣ୍ଠଦାନ କରିଛନ୍ତି। ଓଲିଉଡରେ ଏହା ନୂଆ ଇତିହାସ ସୃଷ୍ଟି କରିବ ବୋଲି ନିର୍ଦ୍ଦେଶକ ଆଶା କରିଛନ୍ତି।

Leave A Reply