‘ବିଜୁବାବୁ’ ଚଳଚ୍ଚିତ୍ରରେ ବିଜୁ ପଟ୍ଟନାୟକଙ୍କ ଭୂମିକାରେ ନଜର ଆସିବେ ଅନୁଭବ

0

କଟକ.-  ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ  ଜୀବନଶୈଳୀ ଉପରେ  ଓଡିଆ ଚଳଚ୍ଚିତ୍ର ‘ବିଜୁବାବୁ’ ନିର୍ମାଣ କରାଯାଉଛି । ଏହି ଚଳଚ୍ଚିତ୍ରରେ ବିଜୁ ବାବୁଙ୍କ ଚରିତ୍ରରେ ଓଲିଉଡ୍‌ ସୁପରଷ୍ଟାର ଅନୁଭବ ମହାନ୍ତି ନଜର ଆସିବେ ।

କଟକର ବିଜୁପଟ୍ଟନାୟକ ଛକ ଆନନ୍ଦ ଭବନ ନିକଟସ୍ଥ ପଡିଆରେ ଆୟୋଜିତ ଏକ ଉତ୍ସବରେ ଏହି ସିନେମାର ପୋଷ୍ଟର ରିଲିଜ୍‌  ହୋଇଛି । ଏଥିରେ ଓଲିଉଡ୍‌ ସୁପରଷ୍ଟାର ଅନୁଭବ ମହାନ୍ତି ଉପସ୍ଥିତ ଥିଲେ ।  ପ୍ରକାଶ ଫିଲ୍ମସ୍‌ ବ୍ୟାନରରେ ଏହି ସିନେମା ନିର୍ମାଣ କରାଯାଉଛି । ନୀଳମାଧବ ପଣ୍ଡା ଏହାର ନିର୍ଦେଶନା ଦେଉଥିବା ବେଳେ ଅକ୍ଷୟ ପରିଜା ଏହି ଚଳଚ୍ଚିତ୍ରର ପ୍ରଯୋଜକ ଓ ପ୍ରେମାନନ୍ଦ ଏହାର ସଙ୍ଗୀତ ନିର୍ଦେଶନା ଦେଇଛନ୍ତି । ଏପ୍ରିଲ ମାସ ଏକ ତାରିଖ ସୁଦ୍ଧା ଏହି  ଚଳଚ୍ଚିତ୍ର ମୁକ୍ତିଲାଭ କରିବ ବୋଲି ସୂଚନା ମିଳିଛି ।

Leave A Reply