ବିଜେପୁର ଉପନିର୍ବାଚନ; ଦିନ ୩ଟା ସୁଦ୍ଧା ୫୬.୫ପ୍ରତିଶତ ମତଦାନ

ଭୁବନେଶ୍ୱର: ବରଗଡ଼ ଜିଲାର ବିଜେପୁର ବିଧାନସଭା ଉପନିର୍ବାଚନ ପାଇଁ ସୋମବାର ସକାଳୁ ଭୋଟଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳାରେ ମତଦାନ ଜାରି ରହିଥିବା ଜଣାପଡିଛି। ଦିନ ୩ଟା ସୁଦ୍ଧା ୫୬.୫ ପ୍ରତିଶତ ମତଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସକାଳ ୯ଟା ସୁଦ୍ଧା ୧୧% ମତଦାନ ହୋଇଥିଲା ବେଳେ ପରେ ଦିନ ୧୧ଟା ସୁଦ୍ଧା ୨୫.୭% ମତଦାନ ହୋଇଥିଲା। ସେହିପରି ଦିନ ୧ଟା ସୁଦ୍ଧା ୩୭.୧୦ ପ୍ରତିଶତ ମତଦାନ ହୋଇଥିଲା। ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲାବେଳେ ଏହା ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ।

Comments are closed.