ବିଗବସ୍‍-୧୨ରେ ନଜର ଆସିବେ ଶାହରୁଖ ଖାନ୍‍

0

ମୁମ୍ବଇ : ଟିଭି ରିଆଲିଟି ସୋ ବିଗବସ୍‍-୧୨ରେ ନଜର ଆସିବେ ବଲିଉଡର କିଙ୍ଗଖାନ ଶାହରୁଖ ଖାନ୍‍ । ଏହି ରିଆଲିଟି ସୋରେ ବଲିଉଡର ଭାଇଜାନ ସଲମାନ ଖାନ ଏବଂ କିଙ୍ଗ ଖାନ ଏକାଠି ନଜର ଆସିବେ। ଉଭୟ କଳାକାର ଚଳଚ୍ଚିତ୍ର ଜିରୋର ଏକ ଗୀତରେ ଡ୍ୟାନ୍ସ କରିବା ଦେଖିବାକୁ ମିଳିବ। ବର୍ତ୍ତମାନ ଶାହରୁଖ ନିଜର ଆଗାମୀ ଚଳଚ୍ଚିତ୍ର ଜିରୋର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ସେ ତାଙ୍କ ଜିରୋର ପ୍ରମୋସନ ପାଇଁ ବିଗ ବସକୁ ଆସିଥିବା ଜଣାପଡିଛି। ଏହି ଏପିସୋଡ ଦେଖିବାକୁ ଦର୍ଶକ ଆଗ୍ରହର ସହ ଚାହିଁରହିଛନ୍ତି। ଜିରୋ ଚଳଚ୍ଚିତ୍ରରେ ଅଭିନେତା ଶାହାରୁଖ ଖାନ ବଉଆ ସିଂ ନାମକ ଏକ ବାମନ ଚରିତ୍ରରେ ନଜର ଆସିବେ। ବଉଆ ସିଂ ଯିଏ ନିଜର ସ୍ୱପ୍ନକୁ ପୂରଣ କରିବା ପାଇଁ ସଘର୍ଷ କରୁଥିବା ଦେଖିବାକୁ ମିଳିଛି। ବଉଆ ସିଂର ମିରଟ ରୁ ନ୍ୟୁୟର୍କର ଯାତ୍ରାକୁ ଚଳଚ୍ଚିତ୍ରରେ ଦର୍ଶାଯାଇଛି। ଜିରୋ ଚଳଚ୍ଚିତ୍ରରେ ଅଭିନେତା ଶାହାରୁଖ ଖାନଙ୍କ ସହ ଦୁଇ ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ କ୍ୟାଟ୍ରିନା କୈଫ ନଜର ଆସିବେ। ଅଭିନେତ୍ରୀ ଅନୁଷ୍କା ଚଳଚ୍ଚିତ୍ରରେ ଏକ ବୈଜ୍ଞାନିକଙ୍କ ଭୂମିକାରେ ନଜର ଆସିବାକୁ ଥିବା​ବ‌େଳେ​‌ କ୍ୟାଟ୍ରିନା ଏକ ସଫଳ କଳାକାରର ଚରିତ୍ରରେ ନଜର ଆସୁଛନ୍ତି। ଡିସେମ୍ବର ୨୧ରେ ମୁକ୍ତଲାଭ କରିବ ଏହି ଚଳଚ୍ଚିତ୍ର।

Leave A Reply