ରିଲିଜ୍ ହେଲା ବିଗବସ-୧୩ର ଟିଜର : ଏଥର ଶୋ’ରେ ଜବରଦସ୍ତ ଟ୍ୱିଷ୍ଟ୍

ମୁମ୍ୱଇ : କଲର୍ସ ଟିଭିରେ ପ୍ରସାରିତ ହେଉଥିବା ସବୁଠାରୁ ବଡ ରିୟଲିଟି ଶୋ ବିଗବସ-୧୩ର ଟିଜର ରବିବାର ମୁକ୍ତି ଲାଭ କରିଛି। ଏଥିରେ ସଲମାନ ଖାନଙ୍କୁ ଷ୍ଟେସନ ମାଷ୍ଟର ବେଶରେ ଦେଖିବାକୁ ମିଳିଛି । ଏହା ପୂର୍ବରୁ ଟ୍ୱିଟରରେ ଶୋ’ର କେବଳ ଫଟୋ ଦେଖିବାକୁ ମିଳିଥିଲା । ଶୋ କେବେ ଆରମ୍ଭ ହେବ ଏନେଇ ଆନୁଷ୍ଠନିକ ଭାବେ କୌଣସି ସୂଚନା ମିଳିନଥିବା ବେଳେ ସୋସିଆଲ ମିଡିଆରେ କିନ୍ତୁ ୨୯ ସେପ୍ଟେମ୍ୱରରୁ ଆରମ୍ଭ ହେବ ବୋଲି ଚର୍ଚ୍ଚା ହେଉଛି ।  ଏଥର ବିଗ୍ବସ-୧୩ରେ ଜବରଦସ୍ତ ଟ୍ୱିଷ୍ଟ୍ ଦେଖିବାକୁ ମିଳିବ ବୋଲି ସଲମାନ କହିଛନ୍ତି । ଶୋ’ ରେ କେଉଁ କେଉଁ ଅଭିନେତା, ଅଭିନେତ୍ରୀ ଆସୁଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ତେବେ ଚଙ୍କି ପାଣ୍ଡେ, ରାଜପଲ ୟାଦବ, କରଣ ପଟେଲ, କରଣ ଜୋହର ପ୍ରମୁଖ ବଡ଼ବଡ଼ କଳାକାର ଥିବା ନେଇ ଚର୍ଚ୍ଚା ହେଉଛି। ଏଥର ଶୋ’ର ସେଟ୍  ମୁମ୍ୱଇରେ ତିଆରି କରାଯାଇଛି।

Comments are closed.