ମଥାରେ ବିଭୂତି ଲଗାଇବାର କାରଣ

0

ହିନ୍ଦୁ ଧର୍ମରେ ଅନେକ ପରମ୍ପରା ରହିଛି। ସେହି ପରମ୍ପରା ଅନୁଯାୟୀ, ମଥାରେ ବିଭୂତି ଲଗାଯାଇଥାଏ। ମଥାରେ ବିଭୁତି ଲଗାଇବା ଦ୍ବାରା ଅନେକ ଶୁଭ ହୋଇଥାଏ। ହିନ୍ଦୁ ଧର୍ମରେ ବିଭୂତିକୁ ଅତ୍ୟନ୍ତ ପବିତ୍ର କୁହାଯାଇଛି।

ମଥାରେ ବିଭୁତି ଲଗାଇବା ଦ୍ବାରା ବ୍ୟକ୍ତି ମଧ୍ୟରୁ ନକରାତ୍ମକ ଶକ୍ତି ନଷ୍ଟ ହୋଇଥାଏ। ଏହାସହ ବ୍ୟକ୍ତି ସକରାତ୍ମକ ବିଚାର ପ୍ରତି ଅଗ୍ରସର ହୋଇଥାଏ। ବିଭୁତି ଲଗାଇବା ଦ୍ବାରା ବ୍ୟକ୍ତି ମାନସିକ ରୂପେ ଶାନ୍ତ ହୋଇଥାଏ। କୌଣସି ଭଲ କାର୍ଯ୍ୟ କରିବାକୁ କୁଣ୍ଠାବୋଧ କରି ନଥାଏ। ବିଭୁତି ଲଗାଇବା ଦ୍ବାରା ଆଖପାଖର ବାତାବରଣରେ ସକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ। ଏହାଦ୍ବାରା ପରିବେଶ ଶୁଦ୍ଧ ହୋଇଥାଏ।

ପୌରାଣିକ କଥାନୁଯାୟୀ, ଭଗବାନ ଶିବ ନିଜ ଶରୀରରେ ଭସ୍ମ ଲଗାଇଥାଆନ୍ତି। ଏପରି କରିବା ଦ୍ବାରା ସେ ସଙ୍କେତ ଦେଇଥାଆନ୍ତି ଯେ, ସୃଷ୍ଟି ସୀମିତ ଅଟେ। ସୃଷ୍ଟିରେ ବାସ କରୁଥିବା କୌଣସି ବ୍ୟକ୍ତିଙ୍କୁ କେବେ ବି କୌଣସି କାରଣ ପାଇଁ ଗର୍ବ କରିବା ଉଚିତ ନୁହେଁ। ବ୍ୟକ୍ତିଙ୍କୁ ନିଜ ଜୀବନ ଈଶ୍ବରଙ୍କ ସାଧନାରେ ଅତିବାହିତ କରିବା ଉଚିତ।

 

Leave A Reply