ପଦ୍ମ ଧରିଲେ ବିଭୁପ୍ରସାଦ

ଭୁବନେଶ୍ୱର : ବୁଧବାର କଂଗ୍ରେସରୁ ଇସ୍ତଫା ଦେଇଥିବା ନେତା ବିଭୁପ୍ରସାଦ ତରାଇ ଗୁରୁବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ବିଜେପିର ରାଜ୍ୟ କାର୍ଯ୍ୟଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବିଭୁପ୍ରସାଦ ଯୋଗ ଦେଇଛନ୍ତି। ଏହି ମିଶ୍ରଣ ପର୍ବରେ ବିଜେପିର ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡା, ବିଶ୍ୱଭୂଷଣ ହରିଚନ୍ଦନ ଓ ସମୀର ମାହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ, ବିଭୁପ୍ରସାଦ ତରାଇଙ୍କୁ କଂଗ୍ରେସ ତିର୍ତ୍ତୋଲ ବିଧାନସଭା ଆସନରୁ ପାର୍ଥୀ କରିଥିଲା। ପୂର୍ବରୁ ଜଗତସିଂହପୁର ଲୋକସଭା ଆସନରୁ ସାସଂଦ ରହିଥିବା ବିଭୁପ୍ରସାଦ ଚଳିତ ନିର୍ବାଚନରେ ମଧ୍ୟ ଏହି ଆସନରୁ ନିର୍ବାଚନ ଲଢିବା ପାଇଁ ଇଚ୍ଛା ରଖିଥିଲେ। ଏ ନେଇ ସେ ଦଳର ନେତୃବୁନ୍ଦଙ୍କୁ ଅବଗତ କରିଥିଲେ। କିନ୍ତୁ ଦଳ ତାଙ୍କୁ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ପାର୍ଥୀ କରିବାକୁ ବାଧ୍ୟ କରିଥିଲେ। ତେଣୁ ସେ ଦଳରୁ ଇସ୍ତଫା ଦେଇଥିବା ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି।

Comments are closed.