ବଦଳିବେ ନାହିଁ ବରଗଡ଼ ଧନୁଯାତ୍ରାର କଂସ : ଜିଲ୍ଳାପାଳ

0

ବରଗଡ଼ : ବରଗଡ଼ ଧନୁଯାତ୍ରାର କଂସ ବଦଳିବେ ନାହିଁ । ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ ଜାରି ରଖିବେ ଭୁବନେଶ୍ବର ପ୍ରଧାନ। ତାଙ୍କୁ ବଦଳା ଯିବ ନାହିଁ ବୋଲି ବରଗଡ଼ ଜିଲ୍ଳାପାଳ ଇନ୍ଦ୍ରମଣି ତ୍ରିପାଠୀ ଶନିବାର ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ ବିଶ୍ବର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ର ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ୨୦୧୯ ଜାନୁଆରୀ ମାସ ୧୧ ତାରିଖରୁ ଅରମ୍ଭ ହେବ। ଏହା  ଜାନୁଆରୀ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଧନୁଯାତ୍ରା ପ୍ରସ୍ତୁତି କମିଟି ବୈଠକ ପରେ ଏହା ଘୋଷଣା କରାଯାଇଥିଲା। ତେବେ ବୈଠକରେ ଚଳିତ ବର୍ଷ ଧନୁଯାତ୍ରାରେ କଂସ ଓ ଅନ୍ୟାନ୍ୟ ପାତ୍ରମନ୍ତ୍ରୀମାନଙ୍କୁ ବଦଳାଇବାପାଇଁ ଦାବି ହୋଇଥିଲା। କିନ୍ତୁ କଂସ ଭୂମିକାରେ ଭୁବନେଶ୍ବର ପ୍ରଧାନ ଅଭିନୟ ଜାରି ରଖିବେ ଓ ତାଙ୍କୁ ବଦଳା ଯିବ ନାହିଁ ବୋଲି  ଜିଲ୍ଲାପାଳ ଆଜି ସ୍ପଷ୍ଟ କରିଛନ୍ତି।

Leave A Reply