ଯୁବକଙ୍କ ମୃତଦେହ ଜବତ

ଭୁବନେଶ୍ୱର : ଭୁବନେଶ୍ୱରର କୁଆଖାଇ ନଦୀ ବାଲିଅନ୍ତା ଥାନା ଅନ୍ତର୍ଗତ ବାଙ୍କୁଆଳ ପୋଲ ତଳୁ ରବିବାର ଜଣେ ଯୁବକଙ୍କ ଗଳିତ ମୃତଦେହ ଜବତ ହୋଇଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ସକାଳ ସମୟରେ ସ୍ଥାନୀୟଲୋକେ ପୋଲ ତଳେ ମୃତଦେହ ପଡ଼ିଥିବାର ଦେଖି ପୁଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଏହାରେ ଅଗ୍ନିଶମ ବାହିନୀ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲେ। ଯୁବକଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

Comments are closed.