ବଦଳିବେନି ଧନୁଯାତ୍ରାର କଂସ

ବରଗଡ: ଚଳିତ ବର୍ଷ ଧନୁଯାତ୍ରାରେ ବଦଳିବେନି ମହାରାଜା କଂସ। ଏ ବର୍ଷ ମଧ୍ୟ ବରଗଡ ଧନୁଯାତ୍ରାରେ ମହାରାଜା କଂସ ଭୂମିକାରେ ଅଭିନୟ କରିବେ ଭୁବନେଶ୍ବର ପ୍ରଧାନ। ଗୁରୁବାର ୭୧ ତମ ଧନୁଯାତ୍ରାକୁ ନେଇ ଚାଲିଥବା କାର୍ୟ୍ୟକାରୀ କମିଟି ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ଧନୁଯାତ୍ରା ପାଇଁ କଳାକାର ଚୟନ କରାଯିବନି। ବିଗତ ବର୍ଷ ଯେଉଁ କଳାକାର ମାନେ ଧନୁଯାତ୍ରାରେ ଅଭିନୟ କରୁଥିଲେ ଚଳିତ ବର୍ଷ ମଧ୍ୟ ସେହି କଳାକାରମାନେ ଅଭିନୟ କରିବେ। ସୂଚନାଯୋଗ୍ୟ ନଭେମ୍ବର ୨ ତାରିଖରେ ଅନୁଷ୍ଠିକ କାର୍ୟ୍ୟକାରୀ କମିଟି ବୈଠକରେ ୨ ବର୍ଷ ଧରି ଲଗାତାର କଂସ ଭୁମିକାରେ ଅଭିନୟ କରୁଥିବା ଭୁବନେଶ୍ବର ପ୍ରଧାନଙ୍କୁ ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଆଜିର ବୈଠକରେ ଏହି ନିଷ୍ପତ୍ତିରୁ ଓହରି ଯାଇଛି କମିଟି।

Comments are closed.