ମଙ୍ଗଳ ଦୋଷ, ଅସାଧ୍ୟ ରୋଗ ଓ ଋଣରୁ ମୁକ୍ତି ପାଇଁ କରନ୍ତୁ ଏହି ପୂଜା !

0

ଚଳିତ ବର୍ଷ ଡିସେମ୍ବର ୪ ତାରିଖ ମଙ୍ଗଳବାର ହେଉଛି ଭୌମ ପ୍ରଦୋଷ । ଭୌମର ଅର୍ଥ ମଙ୍ଗଳ ଏବଂ ପ୍ରଦୋଷର ଅର୍ଥ ତ୍ରୟୋଦଶୀ ତିଥି । ମଙ୍ଗଳବାର ତ୍ରୟୋଦଶୀ ତିଥି ପଡିବାରୁ ଏହାକୁ ଭୌମ ପ୍ରଦେଶ ବୋଲି କୁହାଯାଏ । ଏହି ଦିନ ଭଗବାନ ଶିବ ଓ ହନୁମାନଙ୍କୁ ପୂଜା କରାଯାଏ । ଏହି ଦିନ ଭଗବାନ ଶିବଙ୍କ ଉପାସନା କରିବା ଦ୍ବାରା ସବୁ ଦୋଷ ଦୂର ହୋଇଥାଏ ଏବଂ ହନୁମାନ ପୂଜା କରିବା ଦ୍ବାରା ଶତ୍ରୁ ବିନାଶ ହେବା ସହ ଋଣ ଭାରରୁ ମୁକ୍ତି ମିଳିଥାଏ । କୁହାଯାଏ ଏହି ଦିନ ଉପବାସ କରିବା ଦ୍ବାରା ଗୋଦାନ ଫଳ ପ୍ରାପ୍ତି ହୋଇଥାଏ ।

ମଙ୍ଗଳ ଦୋଷ ଦୂର ପାଇଁ କରନ୍ତୁ ଉପାୟ

ଭୌମ ପ୍ରଦେଶ ଦିନ ହନୁମାନଙ୍କ ନିକଟରେ ତେଲ ଦୀପ ଲଗାନ୍ତୁ ।
ଏହା ସହ ସୁନ୍ଦରକାଣ୍ଡ ପାଠ କରନ୍ତୁ ।
ମଙ୍ଗଳ ଦୋଷ ଦୂର ପାଇଁ ପ୍ରାର୍ଥନା କରନ୍ତୁ ।
ଏହା ପରେ ହନୁମାନଙ୍କ ନିକଟରେ ଲଗାଇଥିବା ଭୋଗକୁ ଗରିବଙ୍କୁ ଦାନ କରନ୍ତୁ ।

ଅସାଧ୍ୟ ରୋଗରୁ ମୁକ୍ତି ପାଇଁ କରନ୍ତୁ ଉପାୟ

ପ୍ରାତଃକାଳରେ ନାଲି ରଙ୍ଗର ବସ୍ତ୍ର ଧାରଣ କରି ଭଗବାନ ହନୁମାନଙ୍କୁ ପୂଜା କରନ୍ତୁ ।
ଭଗବାନ ହନୁମାନଙ୍କୁ ନାଲି ପୁଷ୍ପମାଳ ଚଢାନ୍ତୁ, ଦୀପ ଲଗାନ୍ତୁ ଏବଂ ଗୁଡ ଭୋଗ ଲଗାନ୍ତୁ ।
ଏହା ସହ ସଙ୍କଟମୋଚନ ହନୁମାନ ପାଠ ୧୧ ଥର ଜପ କରନ୍ତୁ ।

ଋଣରୁ ମୁକ୍ତି ପାଇବା ପାଇଁ ରାତିରେ କରନ୍ତୁ ଉପାୟ

ଋଣରୁ ମକ୍ତି ପାଇବା ପାଇଁ ଭୌମ ପ୍ରଦୋଷ ପୂଜା ରାତିରେ କରନ୍ତୁ ।
ରାତିରେ ଭଗବାନ ହନୁମାନଙ୍କ ନିକଟରେ ଘିଅ ଦୀପ ଲଗାନ୍ତୁ ।
ଏହି ଦୀପରେ ୯ଟି ସଳିତା ପକାନ୍ତୁ ଏବଂ ସବୁ ସଳିତାରେ ଅଗ୍ନି ସଂଯୋଗ କରାନ୍ତୁ ।
ଆପଣଙ୍କ ବୟସ ଅନୁଯାୟୀ ଲଡୁ ଭୋଗ ଲଗାନ୍ତୁ । ଅର୍ଥାତ୍ ଯେତିକି ଆପଣଙ୍କ ବୟସ, ସେତୋଟି ଲଡୁ ଅର୍ପଣ କରନ୍ତୁ ।
ଭୋଗ ପରେ ଏହି ଲଡୁକୁ ବାଣ୍ଟି ଦିଅନ୍ତୁ ।

Leave A Reply