ଆଜି ଠାରୁ ଖୋଲିଲା ଭିତର କନିକା 

କେନ୍ଦ୍ରାପଡ଼ା : ପର୍ଯ୍ୟଟଙ୍କ ପାଇଁ କେନ୍ଦ୍ରାପଡ଼ା ଜିଲା ଭିତରକନିକା ଜାତୀୟ ଅଭୟାରଣ୍ୟ ଗୁରୁବାର ଠାରୁ ଖୋଲିଛି। ଦୀର୍ଘ ୩ ମାସ ଅର୍ଥାତ ମେ ୧ ରୁ ଜୁଲାଇ ୩୧ ବନ୍ଦ ରହିବା ପରେ ଆଜି ଠାରୁ ପର୍ଯ୍ୟଟକମାନେ ଅଭୟାରଣ୍ୟ ଭିତରକୁ ଯାଇ ବଉଳା ଓ ଅନ୍ୟ କୁମ୍ଭୀରଙ୍କୁ ଦେଖିବା ସହ ନୌଯାତ୍ରାର ମଜା ନେଇପାରିବେ। ପର୍ଯ୍ୟଟକମାନେ ଗୁପ୍ତି ସମେତ ଖୋଳା ଓ ଚାନ୍ଦବାଲି ରାସ୍ତା ଦେଇ ଭିତରକନିକାକୁ ଯାଇପାରିବେ। ଅଭୟାରଣ୍ୟରେ ପ୍ରବେଶ କରିବାକୁ ସାଙ୍ଗରେ ନିଜର ଫଟୋ ପରିଚୟ ପତ୍ର ଓ ଲାଇଫ ଜ୍ୟାକେଟ ନେବାକୁ ବାଧ୍ୟତାମୂଳକ କରାଯାଇଛି।

Comments are closed.