ଭୀମକୁଣ୍ଡ ମାରାଂବୁରୁ ସୂତୀଘାଟରେ ଅସ୍ଥି ବିସର୍ଜନ ପ୍ରସ୍ତୁତି ବୈଠକ

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ମାରାଂବୁରୁ ଆସୋସିଏସନ ପକ୍ଷରୁ ଗତକାଲି ରବିବାର ଦିନ କଲେଇଯାଉ ପଡିଆରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୋମନାଥ ଟୁଡୁଙ୍କ ସଭାପତିତ୍ୱରେ ଆସନ୍ତା ଜାନୁଆରୀ ୨୦ରେ ହେବାକୁ ଥିବା ସାମୁହିକ ଅସ୍ଥି ବିସର୍ଜନ ଓ ଦାମୋଦର ମେଳା ପାଇଁ ସୁରୁଖୁରୁରେ ହୋଇପାରିବ ସେବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା। ଅସ୍ଥି ବିସର୍ଜନ ଓ ମାରାଂବୁରୁ ଦର୍ଶନ କିପରି ସୁରୁଖୁରୁରେ ହୋଇପାରିବ ସେଥିପାଇଁ କର୍ମକର୍ତ୍ତାଙ୍କ ମଧ୍ୟରେ ଦାଇତ୍ତ୍ବ ବଣ୍ଟନ କରାଯାଇଛି। ଏଥିରେ ବାରିପଦା, ଉଦଳା, କପ୍ତିପଦା, ନୀଳଗିରି, ଶରତ, ଆନନ୍ଦପୁର ଓ ଠାକୁରମୁଣ୍ଡା ଅଞ୍ଚଳର ସମସ୍ତ ମାଝୀ ପାର୍ଗାନ ମାନେ ଉପସ୍ଥିତ ଥିଲେ। କମିଟିର ସଦସ୍ୟ ରାମ ସିଂ ମୃର୍ମୁ ବିବରଣୀ ପାଠ କରିଥିଲା ବେଳେ କୋଷାଧ୍ୟକ୍ଷ ଦେବାଶିଷ ମୁର୍ମୁ ଗତବର୍ଷ ଆୟବ୍ୟୟ ଉପସ୍ଥାପନା କରିଥିଲେ। ଭାଗିରଥି ଟୁଡୁ, ଦଶରଥ ସୋରେନ୍, ଲାଲମୋହନ ମାଝୀ, ବିଜୁ ହେମ୍ବ୍ରମ ଖୁଦିରାମ ସୋରେନ୍, ଆବିନାଶ ଟୁଡୁ ଓ କୃଷ୍ଣ ଚନ୍ଦ୍ର ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ରମେଶ ଚନ୍ଦ୍ର ମୁର୍ମୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Comments are closed.