ମଦ ମୃତ୍ୟୁ ଘଟଣାରେ ବ୍ୟାପକ ଚଢାଉ : ୪ ଗିରଫ

0

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ପ୍ରତାପପୁର ଗ୍ରାମରେ ମଦ ମୃତ୍ୟୁ ଘଟଣାରେ ପୁଲିସ ୪ଜଣଙ୍କୁ ଗିରଫ କରିଛି ।  ଚୋରା ଦେଶୀ ବିଶାକ୍ତ ମଦ ପିଇ ଏହି ଗ୍ରାମରେ ୩ ଜଣଙ୍କର ମୃତ୍ୟୁ ହୋବାସହ ୧୦ରୁ ଉର୍ଦ୍ଧ ଗୁରୁତର ହୋଇଥିଲେ। ଏ ସମ୍ପର୍କିତ ଖବର ଶୁକ୍ରବାର ‘ସମାଜ’ରେ ପ୍ରକାଶିତ ହେବା ପରେ ଆଜି ଜିଲ୍ଲା ଅବକାରୀ ବିଭାଗ ଏବଂ ପୁଲିସ  ତରଫରୁ ମିଳିତ ଭାବେ ପ୍ରତାପପୁର ଗ୍ରାମ ଓ ତାର ଆଖପାଖ ଅଞ୍ଚଳରେ ଚଢାଉ କରାଯାଇଥିଲା। ପୁଲିସ ୪ ଜଣଙ୍କୁ ଗିରଫ କରାଯିବାସହ ୧୫ ଲିଟର ଦେଶୀ ଚୋରାମଦ ଓ ମଦ ପ୍ରସ୍ତୁତି ସାମଗ୍ରୀ ଜବତ୍ କରିଛି।

Leave A Reply