ପଛପଟୁ ଧକ୍କାଦେଲା କାର ; ଜଣେ ମୃତ

ଭବାନୀପାଟଣା : କଳାହାଣ୍ଡି ଜିଲା ଗୋଲାମୁଣ୍ଡା ଥାନା ଅଧିନସ୍ଥ ଧର୍ମଗଡ- ଗୋଲାମୁଣ୍ଡା ମୂଖ୍ୟ ରାସ୍ତାର ବୃନ୍ଦାବାହାଲ ଛକ ନିକଟରେ ଏକ ସଡକ ଦୁର୍ଘଟଣା ଘଟିଛି। ସୂଚନା ଆନୁସାରେ ବାହାଦୂରପଡା ଗ୍ରାମର ପ୍ରଭୂଲାଲ ବୋଡକିଆ(୨୮) ଚାଲିଚାଲି ଯାଉଥିବା ସମୟରେ ପଛପଟୁ ଏକ ପିକଅପ୍ ଭ୍ୟାନ ଧକ୍କା ଦେଇ ଦୃତ୍ତଗତିରେ ଚାଲଯାଇଥିଲା । ଘଟଣା ସ୍ଥଳରେ ପ୍ରଭୂଲାଲର ମୃତ୍ୟୁ ହୋଇଥିଲା । ପରେ ଉତ୍ୟକ୍ତ ଜନତା ତୁରନ୍ତ ଦୃର୍ଘଟଣା ଘଟାଇଥିବା ଗାଡିକୁ ଠାବକରିବା ସହ ମୃତ ବ୍ୟକ୍ତିର ପରିବାରକୁ କ୍ଷତିପୂରଣ ଦାବୀ କରି ବୃନ୍ଦାବାହାଲ ଛକ ରାସ୍ତା ଉପରେ ଶବ ରଖି ରାସ୍ତା ଅବରୋଧ କରିଥିଲେ। ଫଳରେ ଧର୍ମଗଡ – ଗୋଲାମୁଣ୍ଡା – ସିନାପାଲି – ଖରିଆର ଯାତାୟାତ ବନ୍ଦ ରହିଥିଲା।

Comments are closed.