ବାଂଲାଦେଶର ବୃକ୍ଷ ମାନବଙ୍କର ହେବ ଅସ୍ତ୍ରୋପଚାର

0

ଢକା ..-  ବାଂଲାଦେଶର ବୃକ୍ଷ ମାନବ ବା ଗଛ ମଣିଷ ଭାବେ ପରିଚିତ ଅବଦୁଲ୍‌ ବଜାନଦାରଙ୍କର ଅସ୍ତ୍ରୋପଚାର କରାଯିବ । ଏହାର ରାଜଧାନୀରେ ଥିବା ଢାକା ମେଡିକାଲ କଲେଜ୍‌ ହସ୍‌ପିଟାଲରେ ଏହି ଅସ୍ତ୍ରୋପଚାର କରାଯିବ । ଅବଦୁଲଙ୍କର ପୂର୍ବରୁ ଅସ୍ତ୍ରୋପଚାର କରାଯାଇଥିଲା । ହେଲେ ସେ ମଝିରୁ ଏଥିରୁ ବିରତ ହୋଇଥିଲେ ।

୨୦୧୬ ମସିହାରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । ଅବଦୁଲଙ୍କର  ଶରୀରରେ ଭାତୁଡି ପରି ସମସ୍ୟା ଦେଖା  ଦେଇଥିଲା । ପରେ ଏହା ବଢିବାକୁ ଲାଗିଲା । ଡାକ୍ତରମାନେ ଏହାକୁ ବିରଳ ଜିନ ସମ୍ବନ୍ଧୀୟ ରୋଗ ବୋଲି କହିଛନ୍ତି ।  ଏହାକୁ ଏପିଡେରମୋଡାଇସ୍‌ପ୍ଲାସିଆ ଭେରୁସିପୋରମିସ୍‌ ବୋଲି କୁହାଯାଏ । ଏହା ଦୁଇ ହାତ ଓ ଗୋଡରେ ହୋଇଥାଏ । ଅନେକ ଏହାକୁ ମାନବ ବୃକ୍ଷ ରୋଗ ବୋଲି କହିଥାଆନ୍ତି । ଅବଦୁଲ ଏବେ ନିଜର କୌଣସି କାମ କରି ପାରୁ ନାହାନ୍ତି ।

Leave A Reply