ସ୍ୱାମୀ ହର୍ଷଙ୍କ ସହ ଭାରତୀ ଡାକ୍ତରଖାନାରେ ଭର୍ତ୍ତି

0

ନୂଆଦିଲ୍ଲୀ: ହାସ୍ୟଅଭିନେତ୍ରୀ ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟା ଡେଙ୍ଗୁ ଜ୍ୱରରେ ପୀଡ଼ିତ ହୋଇଛନ୍ତି। ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେମାନଙ୍କୁ ମୁମ୍ୱାଇର କୋକିଲାବେନ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଗତ କିଛି ଦିନ ହେବ ଭାରତୀ ଓ ହର୍ଷଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିଲା। ତେଣୁ ସେମାନଙ୍କ ରକ୍ତ ପରୀକ୍ଷା କରାଯାଇଥିଲା। ଉଭୟଙ୍କୁ ଡେଙ୍ଗୁ ହୋଇଥିବା ରିପୋର୍ଟ ଆସିବା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଦୁହିଁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ସେମାନଙ୍କ ଚିକିତ୍ସା ଚାଲିଛି।

ନିକଟରେ ଭାରତୀ ଓ ହର୍ଷ ‘ବିଗ୍ ବସ୍ ସିଜନ୍ ୧୨’ ରେ ସାମିଲ ହେବାର ଚର୍ଚ୍ଚା ହେଉଥିଲା। ଗୋଆରେ ହୋଇଥିବା ଏକ ସାମ୍ୱାଦିକ ସମ୍ମିଳନୀରେ ସଲମାନ୍ ଖାନଙ୍କ ସହ ଉଭୟଙ୍କୁ ଦେଖିବାକୁ ମିଳିଥିଲା। ତେଣୁ ଚର୍ଚ୍ଚା ଜୋର ଧରିଥିଲା। ତେବେ ଖବର ଅନୁସାରେ, ସେମାନେ ‘ବିଗ୍ ବସ୍’ର ନୂଆ ସିଜିନରେ ସାମିଲ ହୋଇ ନାହାନ୍ତି।

Leave A Reply