ରାସ୍ତା କଡ଼କୁ ଓଲଟି ଏଲପିଜି ଗ୍ୟାସ ଟ୍ୟାଙ୍କର ଲିକ୍, ରାସ୍ତା ସିଲ

0

ଭବାନୀପାଟଣା : ଆନ୍ଧ୍ରପ୍ରଦେଶ ବିଶାଖାପାଟଣାରୁ ଛତିଶଗଡ଼ର ରାୟପୁରକୁ ଯାଉଥିବା ଏକ ଏଲପିଜି ଗ୍ୟାସ ଟ୍ୟାଙ୍କର  ଭବାନୀପାଟଣା – ରାୟଗଡା ରାସ୍ତାର କଳାହାଣ୍ଡି ଜିଲା ବିଶ୍ୱନାଥପୁର ଥାନା ଅଧୀନ ପୋଖରୀବନ୍ଧଠାରେ ଶୁକ୍ରବାର ରାସ୍ତା କଡକୁ ଓଲଟି ପଡିଛି । ଫଳରେ ଟ୍ୟାଙ୍କରରେ ଭର୍ତ୍ତି ହୋଇ ଥିବା ଏଲପିଜି ଗ୍ୟାସ ଲିକ ହୋଇଛି । ଜିଲା ପ୍ରଶିସନ ଛତିକୁଡା – ରାୟଗଢା ରାସ୍ତାକୁ ସିଲ କରି ଦେବାସହିତ ସମସ୍ତ ଗାଡ଼ିମୋଟର ଚଳାଚଳ ବନ୍ଦ କରିଦେଇଛି । ଉକ୍ତ ଅଞ୍ଚଳରେ କୌଣସି ବ୍ୟକ୍ତି ନିଆଁ ନଜାଳିବା ପାଇଁ ପ୍ରଶାସନ ପକ୍ଷରୁ ସତର୍କସୂଚନା ଜାରି କରାଯାଇଛି । କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବ ସେଥିପ୍ରତି ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ରହି ପରିସ୍ଥିତି ପ୍ରତି ନଜର ରଖିଛନ୍ତି ।

Leave A Reply