କଲେଜ ପରିସରରେ ପଶିଲା ଭାଲୁ

0

ଟିଟିଲାଗଡ: ଏବେ ଜନବସତି ଆଡକୁ ମୁହାଁଇଛନ୍ତି ଜଙ୍ଗଲୀ ଜନ୍ତୁ । କେବେ ହତୀପଲ ପଶି ଫସଲ ନଷ୍ଟ କରି ଘର ଭାଙ୍ଗୁଛନ୍ତି ତ ଆଉ କେବେ କାହାକୁ କଛାଡି ମାରୁଛନ୍ତି । ପୁଣି ମଣିଷ ଛୁଆ ନେଇ ପଳାଉଛି ମାଙ୍କଡ । ସେହି ଅନୁରୂପ ଦେଖିବାକୁ ମିଳିଛି ଟିଟିଲାଗଡ । ଗତକାଲି ରାତିରେ ଟିଟିଲାଗଡ ଡିଏଭି କଲେଜ ପରିସରକୁ ଏକ ଭାଲୁ ପସିଆସିଛି । ଭାଲୁକୁ ଘଉଡାଇବାକୁ ବନବିଭାଗ କର୍ମଚାରୀମାନେ ଉଦ୍ୟମ ଚଳାଇଥିବା ବେଳେ ଭାଲୁକୁ ଦେଖିବା ପାଇଁ କଲେଜ ପରିସରରେ ଲୋକଙ୍କ ଭିଡ ଜମିଛି । ଅନ୍ୟ ପଟେ ଭାଲୁଟି ସମ୍ପୁର୍ଣ୍ଣ ଭାବେ ମହାବିଦ୍ୟାଳୟ ପରିସରରୁ ନ ବାହାରିବା ଯାଏଁ ସମସ୍ତ କ୍ଲାସକୁ ବାତିଲ କରାଯାଇଛି ।

Leave A Reply