ଏବେ ଭଲ୍ଲାଲଦେବ ସମ୍ପୂର୍ଣ୍ଣ ସୁସ୍ଥ

0

ମୁମ୍ବଇ : ବାହୁବଳୀ ଚଳଚ୍ଚିତ୍ର ଅଭିନେତା ଭଲ୍ଲାଲଦେବ ଓରଫ ରାଣା ଦଗୁବତିଙ୍କ ସ୍ୱାସ୍ଥ୍ୟକୁ ନେଇ ଚାଲୁଥିବା ଉଡା ଖବରର ରବିବାରରେ ଅନ୍ତ ଘଟିଛି। ରବିବାର ସକାଳେ ସେ ନିଜର ଟୁଇଟର ଆକାଉଣ୍ଟରେ ଲେଖିଛନ୍ତି ଯେ, ସେ କିଡନୀ ରୋଗରେ ନୁହେଁ ସାମାନ୍ୟ ରକ୍ତଚାପର ଶିକାର ହୋଇଥିଲେ। ସେ ଆହୁରି ଲେଖିଛନ୍ତି, ମୋ ଶରୀରକୁ ନେଇ ମୁଁ ବହୁତ ଅଜବ ଖବର ଶୁଣିଲି, ଚିନ୍ତା ଓ ଭଲପାଇବା ନେଇ ସମସ୍ତଙ୍କୁ ଧନ୍ୟବାଦ ବୋଲି ସେ କହିଛନ୍ତି। ରାଣାଙ୍କ କିଡନୀ ପରିବର୍ତ୍ତନ କରାଯିବ ବୋଲି ପ୍ରଥମେ ଖବର ଆସିଥିଲା। ଅଭିନେତା ରାଣା ବରିଷ୍ଠ ରାଜନେତା ନନ୍ଦମୁରୀ ତାରକ ରାମରାଓଙ୍କ ଜୀବନକାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର କରିବାକୁ ଯାଉଛନ୍ତି। ନନ୍ଦମୁରୀ ତାରକ ରାମରାଓଙ୍କୁ ଏନ.ଟି.ଆର ନାମରେ ଜାଣିଥାଆନ୍ତି। ସେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଥିଲେ।

Leave A Reply