ପାଣିରେ ବୁଡି ଶିଶୁ ସମେତ ୩ ମୃତ

0

ତିହିଡି : ତିହିଡି ଥାନା ପିରହାଟ ଫାଣ୍ଡି ଅନ୍ତର୍ଗତ ହରିସିଂହପୁର, ଦୌଲତପୁର ଓ ବାମନବିନ୍ଧା ପଞ୍ଚାୟତର ୩ଜଣଙ୍କର ପାଣିରେ ବୁଡି ମୃତ୍ୟୁ ହୋଇଛି। ସୂଚନାଅନୁସାରେ ଦୌଲତପୁର ପଞ୍ଚାୟତ ନିମେଇସାହି ଗ୍ରାମର ମୁରଲୀ ବାରିକଙ୍କ ୧ ବର୍ଷର ପୁଅ ଜ୍ୟୋତିରଞ୍ଜନ ଖେଳୁଥିବା ବେଳେ ଘର ପାର୍ଶ୍ବରେ ଥିବା ପୋଖରୀରେ ବୁଡିଯାଇଥିଲା। ଘରଲୋକ ଖୋଜାଖୋଜି କରିବାପରେ ପାଣିରେ ଭାସୁଥିବାର ଦେଖିଥିଲେ। ପରେ ତାଙ୍କୁ ତିହିଡି ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
ସେହିପରି ଦୌଲତପୁର ପଞ୍ଚାୟତ ଅନ୍ତର୍ଗତ ଖେଦରପୁର ଗ୍ରାମର ବାଜୁ ମହାଳିକ(୮୦)ନାମକ ଜୈନିକ ବୃଦ୍ଧ ପୋଖରୀରେ ବୁଡିଯିବା ଫଳରେ ତାଙ୍କର ମୃତ୍ୟୁ ହୋଇଛି। ବୃଦ୍ଧ ଜଣକ ସୋମବାର ସକାଳେ ଶୌଚ ହେବାପାଇଁ ପୋଖରୀକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଥିଲା।
ଅନ୍ୟ ଏକ ଘଟଣାରେ ହରିସିଂହପୁର ଗ୍ରାମର ଅଭିମନ୍ୟୁ ଦଳାଇ(୫୫) ରାତ୍ରିରେ ଘରକୁ ଫେରୁଥିବା ସମୟରେ ରାସ୍ତାପାର୍ଶ୍ବ ନୟନଜୋରିରେ ପାଣିରେ ବୁଡି ତାଙ୍କର ମୃତ୍ୟୁ ହୋଇଛି। ସୋମବାର ଗ୍ରାମବାସୀ ମୃତଦେହ ଦେଖିବା ପରେ ଫିରହାଟ ଫାଣ୍ଡିକୁ ଖବର ଦେଇଥିଲେ। ଏହି ତିନିଜଣଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Leave A Reply