ବୈତରଣୀରୁ ବେଆଇନ ବାଲି ଉତ୍ତୋଳନ ବେଳେ ପ୍ରଶାସନ ପକ୍ଷରୁ ଚଢାଉ

୨୦ହଜାର ଟଙ୍କା ଜୋରିମାନ ଆଦାୟ ; ୨ଜଣଙ୍କ ନାଁରେ ମାମଲା ରୁଜୁ

ଆରଡି : ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ସୀମାନ୍ତ ବର୍ତ୍ତୀ ଅଞ୍ଚଳ ଭାବେ ପରିଚିତ ବୋଡକ ଓ ଷାଠିବାଙ୍କୁଡା ଗାଁ ଦେଇ ପ୍ରବାହିତ ହେଉଥିବା ବୈତରଣୀ ନଦୀରୁ ଦୀର୍ଘମାସ ହେବ ରାଜସ୍ୱ ଫାଙ୍କିବା ସହ ବେଆଇନ ଭାବେ ବାଲି ଉତ୍ତୋଳନ କରି ଚାଲିଥିଲେ ବହୁ ମାଫିଆ। ଏପରି ସଂକ୍ରାନ୍ତରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ମଙ୍ଗଳବାର ଅପରାହ୍ଣରେ ଚାନ୍ଦବାଲି ତହସିଲର ସୁପରଭାଇଜର ସମ୍ଭୁନାଥ ମାଝୀ, ଆରଡି ରାଜସ୍ୱ ନୀରିକ୍ଷକ ଦେବାଷିଶ ରାୟ, ଆରଡି ପୁଲିସଙ୍କ ମିଳିତ ଚଢାଉ ଫଳରେ ଷାଠିବାଙ୍କୁଡା ଗାଁର କୃଷ୍ଣଚନ୍ଦ୍ର ଜେନାଙ୍କ ମଟର ଚାଳିତ ବୋଟକୁ ଜବତ କରିବା ସହ ପଡୋଶୀ କେନ୍ଦ୍ରପଡା ଜିଲାକୁ ବାଲି ପରିବହନ କରୁଥିବା ଓଳାଭରର ସୈାମ୍ୟରଞନ ପଲାଇଙ୍କ ଟ୍ରାକ୍ଟରକୁ ଜବତ କରିଥିଲେ। ତାହାସହ ଉଭୟଙ୍କ ଠାରୁ ନଗଦ ୨୦ହଜାର ଟଙ୍କା ଜୋରିମାନ ଆଦାୟ କରିବା ସହିତ ୨ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା ଆରଡି ରାଜସ୍ୱ ନୀରିକ୍ଷକ ଶ୍ରୀ ରାୟ ପ୍ରକାଶ କରିଛନ୍ତି।

Comments are closed.