ଆଖଣ୍ଡଳମଣିଙ୍କ ପୀଠରେ ଉପଲବ୍ଧ ହେଲା ଅତ୍ୟାଧୁନିକ ଆବାସସ୍ଥଳୀ

0

ଆରଡି : ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବକ୍ଷେତ୍ର ଆଖଣ୍ଡଳମଣିଙ୍କ ପୀଠ ଭଦ୍ରକ-ଆରଡି ମୁଖ୍ୟ ରାଜ୍ୟପଥର ସତସଙ୍ଗ ବିହାର ନିକଟରେ ସୋମବାର ଜିଲାପାଳ ଜ୍ଞାନ ଦାସଙ୍କ ଦ୍ୱାରା ଲୋକାର୍ପିତ ହୋଇଛି ଘରୋଇ ଅତ୍ୟାଧୁନିକ ଆବାସସ୍ଥଳୀ। ଏହି ଆବାସସ୍ଥଳୀରେ ପର୍ଯ୍ୟଟକମାନଙ୍କ ପାଇଁ ରହିଛି ସମସ୍ତ ସୁବିଧା, ଏପରିକି ଉନ୍ନତମାନର ଖାଦ୍ୟ ସହ ରହଣୀ ନିମନ୍ତେ ରହିଛି ସ୍ୱତନ୍ତ୍ର କୋଠରୀ। ଯାହାକି ପୀଠକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିପାରିବ ବୋଲି ଆବାସସ୍ଥଳୀର ମାଲିକ ଅମରଜ୍ୟୋତି ନାୟକ ପ୍ରକାଶ କରିଛନ୍ତି। ଏହି ଉଦଘାଟନ ସଭାରେ ବିଜେପି ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ସ୍ଥାନୀୟ ସରପଞ୍ଚ ଅରବିନ୍ଦ ପାଢୀଙ୍କ ସହ ବହୁ ମାନ୍ୟଗଣ ବ୍ୟକ୍ତି ଯୋଗ ଦେଇଥିଲେ।

Leave A Reply