ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ଶିଶୁ ଦିବସ ପାଳିତ

ଆରଡି: ଭଦ୍ରକ ଜିଲା ଆରଡିପୀଠରେ ଥିବା ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ଗୁରୁବାର ଶିଶୁ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଶିକ୍ଷାକେନ୍ଦ୍ର ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା। ଉକ୍ତ ସଭାକୁ ବିଦ୍ୟାଳୟର ସମ୍ପାଦକ ପରିଚାଳନା କରିଥିବା ବେଳେ ଶିକ୍ଷାକେନ୍ଦ୍ରର ପ୍ରଧାନଆଚ୍ଚାର୍ୟ୍ୟ ରେଣୁବାଳା ମହାନ୍ତି, ଶିକ୍ଷାବିତ ତଥା ଆଧ୍ୟାତ୍ମିକ ପ୍ରଚାରକ ହରିଶ୍ଚନ୍ଦ୍ର ଦାସ, ଶିକ୍ଷାକେନ୍ଦ୍ର ଉପଦେଷ୍ଟା ତଥା ଅଧ୍ୟାପକ ବିଜୟ କୁମାର ଦାଶ, ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ଚାରିଟେବୁଲ ଟ୍ରଷ୍ଟର ଟ୍ରଷ୍ଟି ଆଶିଷ ପାଢୀଙ୍କ ସହ ଶିକ୍ଷାକେନ୍ଦ୍ରର ସମସ୍ତ ଆଚ୍ଚାର୍ୟ୍ୟ ଓ ଆଚ୍ଚାର୍ୟ୍ୟା ଉପସ୍ଥିତ ଥିଲେ। ଉପସ୍ଥିତ ଅତିଥିଙ୍କ ଦ୍ୱାରା ଚାଚା ନେହୁରଙ୍କ ତୈଳ ଫଟୋଚିତ୍ର ନିକଟରେ ଦୀପ ପ୍ରଜ୍ୱଳନ କରାଯିବା ସହିତ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପରେ ଉପସ୍ଥିତ ଥିବା ଅତିଥି ଓ ଆଚ୍ଚାର୍ୟ୍ୟ ଓ ଆଚ୍ଚାର୍ୟ୍ୟାମାନେ ଚାଚା ନେହୁରୁଙ୍କ ଜୀବନି ଉପରେ ଆଲୋଚନା କରିଥିଲେ। ତାହାସହ ଅଧ୍ୟୟନ କରୁଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୁତା ଓ ନାଚଗୀତ ପ୍ରତିଯୋଗୀତା କରାଯାଇଥିଲା। ସେହିପରି ଆଖଣ୍ଡଳମଣି ନୋଡାଲ ଉଚ୍ଚ ବିଦ୍ୟାଳୟ, ପହଣା ଜାଗୁଳାଇ ପ୍ରାଥମିକ ବିଦ୍ୟାଳୟ, ସରସ୍ୱତୀ ଶିଶୁ ମନ୍ଦିର ଆଦି ସମସ୍ତ ଶିକ୍ଷା କେନ୍ଦ୍ରରେ ମହା ଆଡମ୍ବର ସହ ଶିଶୁ ଦିବସ ପାଳିତ ହୋଇଥିଲା।

Comments are closed.