ଥାନରୁ ଚମ୍ପଟ ମାରିଲା ଅଭିଯୁକ୍ତ

ଭଦ୍ରକ : ପୁଲିସ ଆଖକରେ ଧୂଳି ଦେଇ ଜଣେ ଅଭିଯୁକ୍ତ ଥାନାରୁ ଚମ୍ପଟ ମାରଛି । ଏହି ଘଟଣା ଭଦ୍ରକ ଜିଲା ବାସୁଦେବପୁର ଥାନାରେ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ଏକ ବଳାତ୍କାର ମାମଲାରେ ଅଭିଯୁକ୍ତ ଜଣଙ୍କ ଗିରଫ ହୋଇ ଥାନାକୁ ଆସିଥିଲା। ଆସନ୍ତାକାଲି ତାକୁ କୋର୍ଟରେ ହାଜର କରାଯାଇଥାଆନ୍ତା । କିନ୍ତୁ ରବିବାର ସକାଳେ ଶୌଚ ଯିବା ବାହାନାରେ ଥାନାରୁ ଚମ୍ପଟ ମାରିଛି । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି।

Comments are closed.