ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ ଭଦ୍ରକ ବନ୍ଦ

0

ଭଦ୍ରକ: ଭଦ୍ରକରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ସୋମବାର  ୧୨ ଘଣ୍ଟିଆ ଭଦ୍ରକ ବନ୍ଦ ଡାକରା ଦିଆଯାଇଛି । ବନ୍ଦ ପାଳନ ଯୋଗୁଁ ଭଦ୍ରକର ସମସ୍ତ ସ୍କୁଲ, କଲେଜ ସହ ସରକାରୀ ପ୍ରତିଷ୍ଠାନ ବନ୍ଦ ରହିଛି। ଜାତୀୟ ରାଜପଥ, ରେଳ ଷ୍ଟେସନରେ ଆନ୍ଦୋଳନକାରୀମାନେ ପ୍ରତିବାଦ କରୁଥିବାରୁ ଭଦ୍ରକ ଦେଇ ବସ ଓ ଟ୍ରେନ ଚଳାଚଳ ମଧ୍ୟ ବନ୍ଦ ରହିଛି। ସହରରେ ଦୋକାନ ବଜାର ଓ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଛି। ଶାନ୍ତିପୂର୍ଣ୍ଣ ବନ୍ଦ ଡାକରାକୁ ଜିଲା ବିଜେଡି, ବିଜେପି ଓ କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳ ଏବଂ ସାମାଜିକ ସଙ୍ଗଠନ ସମର୍ଥନ କରିଛନ୍ତି। ବନ୍ଦ ବେଳେ କୌଣସି ହିଂସାକାଣ୍ଡ ନ ଘଟାଇବାକୁ ଲୋକଙ୍କୁ ଆହ୍ବାନ ଦିଆଯାଇଛି।

ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି । ଭଦ୍ରକ ଜିଲା ଉନ୍ନୟନ ସଂଘର୍ଷ ସମିତି ଏହି ବନ୍ଦ ଡାକରା ଦେଇଛି।

Leave A Reply