ବେଆଇନ କରତକଳ ଉପରେ ଭିଜିଲାନ୍ସ ଚଢଉ

0

ଭଦ୍ରକ: ଭଦ୍ରକ ଜିଲା ସଦର ମହକୁମାସ୍ଥିତ ପୁରୁଣା ବଜାର ଥାନା ଅଧିନସ୍ଥ ସଙ୍ଗତ ଠାରେ ଚାଲିଥିବା ବେଆଇନ କରତକଳ ଉପରେ ଭିଜିଲାନ୍ସ ଓ ବନ ବିଭାଗ ମିଳିତ ଭାବେ ଚଢଉ କରିଛନ୍ତି । ଏହି ଚଢଉରେ ଲକ୍ଷାଧିକ ଟଙ୍କା ଯନ୍ତ୍ରାଂଶ ସହ ମୂଲ୍ୟବାନ କାଠ ଜବତ ହୋଇଛି । ବାଲେଶ୍ବର ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଭିଜିଲାନ୍ସ ବିଭାଗ ପକ୍ଷରୁ ଭଦ୍ରକ ବନ ବିଭାଗର ସହାୟତାରେ ଏକ ସ୍ବତନ୍ତ୍ର ଟିମ୍ ଏହି ଚଢଉ କରିଥିଲା । ଏହି ଘଟଣାରେ କରତକଳ ମାଲିକ ଫେରାର ହୋଇଯାଇଥିବା ବେଳେ ମୂଲ୍ୟବାନ କାଠ ସହ ଯନ୍ତ୍ରାଂଶ ଗୁଡିକୁ ବନବିଭାଗ ଜବତ କରିଛି ।

Leave A Reply