ଯୌତୁକ ପାଇଁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

0

ଭବାନୀପାଟଣା : କଳାହାଣ୍ଡି ଜିଲା ଭବାନୀପାଟଣା ଥାନା କଣ୍ଟାବାଞ୍ଜି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁସାରେ କଣ୍ଟାବାଞ୍ଜି ଗ୍ରାମର ପରମେଶ୍ୱର ପ୍ରଧାନ, ସ୍ତ୍ରୀ ମୀତା ପ୍ରଧାନକୁ ଯୌତୁକ ପାଇଁ ହତ୍ୟା କରିଥିବା ଜଣାପଡିଛି। ଏ ନେଇ ମୃତ ମୀତାର ଭାଇ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଶବ ବ୍ୟବଛେଦ ପାଇଁ ପଠାଇଛି।

Leave A Reply