ଲଗାଣ ବର୍ଷା ଯୋଗୁଁ ଭବାନୀପାଟଣା ବାହ୍ୟଜଗତରୁ ବିଚ୍ଛିନ୍ନ

0

ଭବାନୀପାଟଣା: କଳାହାଣ୍ଡି ଜିଲାରେ ଲଘୁଚାପ ଜନିତ ବର୍ଷା ଲାଗିରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଭବାନୀପାଟଣାରେ ୩୦ ସେମି ବର୍ଷା ରେକର୍ଡ କରାଯାଇଛି। ଲଗାଣ ବର୍ଷା ଯୋଗୁଁ ଭବାନୀପାଟଣା ସହର ସମେତ ଲାଞିଗଡ, ଥୁଆମୂଳରାମପୁର, ମଦନପୁର ରାମପୁର, ନର୍ଲା ଆଦି ବ୍ଲକର ବିଭିନ୍ନ ଅଞ୍ଚଳ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଗତ ୧୪ ତାରିଖରୁ ଆଜି ପର୍ଯ୍ୟନ୍ତ ବର୍ଷା ଲଗି ରହିଥିବା ବେଳେ ଘରେ ଓ ଦୋକାନ ବଜାରରେ ପାଣି ପସି ରହିଛି। ଏହା ଦ୍ବାରା ସ୍ଥାନୀୟ ଅଞ୍ଚଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

Leave A Reply