ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ ପାଇବେ ‘ଗାନ୍ଧୀ ସେବା ସମ୍ମାନ’

କଟକ  : ସାରଳା ସାହିତ୍ୟ ସଂସଦ ପକ୍ଷରୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପ୍ରାକ୍ତନ ସାଂସଦ ଭବାନୀ ଚରଣ ପଟ୍ଟନାୟକଙ୍କୁ ‘ଗାନ୍ଧୀ ସେବା ସମ୍ମାନ’ ପ୍ରଦାନ କରାଯିବ। ଶ୍ରୀ ପଟ୍ଟନାୟକ ଜଣେ ବିଶିଷ୍ଟ ସମାଜସେବୀ ତଥା ଗାନ୍ଧୀବାଦୀ ଅଟନ୍ତି। ଛାତ୍ରାବସ୍ଥାରୁ ସେ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇଥିଲେ। ଆସନ୍ତା ୨୨ ତାରିଖ ସନ୍ଧ୍ୟା ୬ଟାରେ ବିଜୁ ପଟ୍ଟନାୟକ ଛକସ୍ଥିତ ସାରସ୍ୱତ ପୀଠ ସାରଳା ଭବନଠାରେ ସଂସଦ ଦ୍ୱାରା ଆୟୋଜିତ ହେବାକୁ ଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକ ପାଳନ ଅବସରରେ ଶ୍ରୀ ପଟ୍ଟନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ସଂସଦର ପ୍ରତିଷ୍ଠାତା ଓ ସଭାପତି ଇଂ ପ୍ରଭାକର ସ୍ବାଇଁ ଏକ ପ୍ରେସ୍‍ ବିଜ୍ଞପ୍ତିରେ ଜଣାଇଛନ୍ତି।

Comments are closed.