ଭାରତରେ ଆମେରିକାର ଲୋକପ୍ରିୟ ଗାୟିକା ବିୟୋନ୍‌ସେ

0

ଉଦୟପୁର . – ଆମେରିକାର ଲୋକପ୍ରିୟ ଗାୟିକା ବିୟୋନ୍‌ସେ ମୁକେଶ ଅମ୍ବାନଙ୍କ ଝିଅ ଇଶା ଅମ୍ବାନୀଙ୍କ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଭାରତରେ ପହଞ୍ଚିଛନ୍ତି ।  ରବିବାର ରାତିରେ ସେ ଇଶାଙ୍କ ବିବାହ ଉତ୍ସବରେ ଗୀତ ପରିବେଷଣ କରିବେ । ସୋମବାରରେ ସେ ଉଦୟପୁରରୁ ବିଦାୟ ନେବେ ।

ବିୟୋନ୍‌ସେଙ୍କ ସହ ୬୦ ଜଣ ନୃତ୍ୟ ପରିବେଷଣ କରିବା ପାଇଁ ଉଦୟପୁରରେ ପହଞ୍ଚିଛନ୍ତି । ରବିବାର ରାତିରେ  ଇଶା ଅମ୍ବାନୀଙ୍କର ବିବାହ ଉତ୍ସବରେ ସଙ୍ଗୀତ କାର୍ଯ୍ୟକ୍ରମ ହେବାର ଅଛି । ଏଥିରେ ଯୋଗଦେବା ପାଇଁ ପ୍ରିୟଙ୍କା ଚୋପ୍ରା, ନିକ୍‌ ଜୋନାସ୍‌, ଅମୀର ଖାନ୍‌, ଐଶ୍ୱର୍ୟା ରାୟ ବଚନ୍‌, ବିଦ୍ୟା ବାଲାନ୍‌ , କ୍ରିକେଟିୟର ସଚିନ୍‌ ତେନ୍ଦୁଲକର ,ବିଶିଷ୍ଟ ଉଦ୍ୟୋଗପତି ଲକ୍ଷ୍ମୀ ନାରାୟଣ ମିତଲ୍‌ଙ୍କ ସମେତ ୧୨୦୦ ସ୍ୱତନ୍ତ୍ର ଅତିଥି ପହଞ୍ଚିଛନ୍ତି ।

ଅତିଥିମାନଙ୍କୁ ନେବା ଆଣିବା ପାଇଁ ଉଦୟପୁର ବିମାନ ବନ୍ଦରରେ ୪୮ଟି ସ୍ୱତନ୍ତ୍ର ବିମାନ ରହିଛି । ଇଶା ଅମ୍ବାନୀଙ୍କର ଏହା ବିବାହ ପୂର୍ବ ଉତ୍ସବ । ଡିସେମ୍ବର ୧୨ ତାରିଖରେ ମୁମ୍ବାଇର ଆଣ୍ଟାଲିଆରେ ଇଶା ଅମ୍ବାନୀ ଓ ଆନନ୍ଦ ପିରାମଲଙ୍କର ବିବାହ ଅନୁଷ୍ଠିତ ହେବ ।

Leave A Reply