ଜିଓର ସବୁଠୁ ଶସ୍ତା ପ୍ଲାନ, ଏବେ ୧୪୯ରେ ଦିନକୁ ୩ ଜିବି ଡାଟା

0

ନୂଆଦିଲ୍ଲୀ : ରିଲାଏନ୍ସ ଜିଓ ଓ ଏୟାରଟେଲ୍‍ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱୀତାର ଫାଇଦା ଉପଭୋକ୍ତାଙ୍କୁ ମିଳିଛି। ଏୟାରଟେଲ୍‍ର ୧୪୯ ଏବଂ ୩୯୯ ଟଙ୍କିଆ ପ୍ଲାନ୍‍ର ମୁକାବିଲା ପାଇଁ ଜିଓ ଏବେ ସବୁଠୁ ଶସ୍ତା ପ୍ଲାନ୍‍ ବଜାରକୁ ଛାଡିଛି। ଜିଓର ଏହି ଶସ୍ତା ପ୍ଲାନ୍‍ ଅନୁସାରେ ମାତ୍ର ୧୪୯ ଟଙ୍କା ରିଚାର୍ଜ କରି ଉପଭୋକ୍ତା ପ୍ରତିଦିନ୍‍ ମାଗଣା ୩ ଜିବି ଡାଟା ପାଇବେ। ଏହାସହ ଜିଓର ୧୪୯, ୩୪୯, ୩୯୯ ଏବଂ ୪୯୯ ଟଙ୍କା ପ୍ଲ୍‍ାନ୍‍ରେ ପ୍ରତିଦିନ ମାଗଣା ୩ ଜିବି ଡାଟା ମିଳିବ। ପୂର୍ବରୁ ଏହି ସବୁ ପ୍ଲାନ୍‍ରେ ପ୍ରତିଦିନ ୧.୫ ଜିବି ଡାଟା ମିଳୁଥିଲା। ଏହି ସବୁ ପ୍ଲାନ୍‍ର ଅବଧି ଯଥାକ୍ରମେ ୨୮, ୭୦, ୮୪ ଏବଂ ୯୧ ଦିନ ରହିଛି। ଏହାବାଦ୍‍ ୧୯୮, ୩୯୮, ୪୪୮ ଏବଂ ୪୯୮ ଟଙ୍କିଆ ପ୍ଲାନ୍‍ରେ ଦିନକୁ ୩.୫ ଜିବି ଡାଟା ମିଳିବ। ପୂର୍ବରୁ ଏହି ସବୁ ପ୍ଲାନ୍‍ରେ ୨ ଜିବି ଡାଟା ମିଳୁଥିଲା। ଏହି ପ୍ଲାନ୍‍ର ଅବଧି ଯଥାକ୍ରମେ ୨୮, ୭୦, ୮୪ ଏବଂ ୯୧ ଦିନ ରହିଛି। ସବୁ ପ୍ଲାନ୍‍ରେ ଅବଧି ଶେଷ ପର୍ଯ୍ୟନ୍ତ ଅସୀମିତ ଭଏସ୍‍ କଲ ସୁବିଧା ମିଳିବ। ଅନୁରୂପ ଭାବେ ୨୯୯ ଟଙ୍କିଆ ପ୍ଲାନ୍‍ରେ ପ୍ରତିଦିନ ୪.୫ ଜିବି ଡାଟା ମିଳିବ ଓ ଏହି ପ୍ଲାନ୍‍ର ଅବଧି ୨୮ ଦିନ ରହିଛି। ପୂର୍ବରୁ ଏହି ପ୍ଲାନ୍‍ରେ ପ୍ରତିଦିନ ୩ ଜିବି ଡାଟା ମିଳୁଥିଲା। ଏହାବାଦ୍‍ ୫୦୯ ଟଙ୍କିଆ ପ୍ଲାନ୍‍ରେ ଦିନକୁ ୫.୫ ଜିବି ଡାଟା ମିଳିବ ଓ ଏହାର ଅବଧି ୨୮ ଦିନ ରହିଛି। ପୂର୍ବରୁ ଏହି ପ୍ଲାନ୍‍ରେ ଦିନକୁ ୪ ଜିବି ଡାଟା ମିଳୁଥିଲା। କମ୍ପାନୀର ୭୯୯ ଟଙ୍କିଆ ପ୍ରିପେଡ୍‍ ପ୍ଲାନ୍‍ରେ ଦିନକୁ ୬.୫ ଜିବି ଡାଟା ମିଳିବ ଓ ଏହାର ଅବଧି ୨୮ ଦିନ ରହିଛି। ଏହା ପୂର୍ବରୁ ଏହି ପ୍ଲାନ୍‍ରେ ୫ ଜିବି ଡାଟା ମିଳୁଥିଲା। ୩୦୦ କିମ୍ବା ଅଧିକ ଟଙ୍କା ରିଚାର୍ଜରେ ୧୦୦ ଟଙ୍କା କ୍ୟାସବ୍ୟାକ୍‍ ଏବଂ ୩୦୦ରୁ କମ୍‍ ଟଙ୍କା ରିଚାର୍ଜରେ ୨୦% କ୍ୟାସ୍‍ବ୍ୟାକ୍‍ ମିଳିବ। ଏଥିପାଇଁ ମାଇଁ ଜିଓ ଆପ କିମ୍ବା ଫୋନ୍‍ପେ ୱାଲେଟ୍‍ରୁ ରିଚାର୍ଜ କରିହେବ। ଜିଓର ଏହୁ ସବୁ ପ୍ଲାନ୍‍ ଜୁନ୍‍ ୧୨ ଅପରାହ୍ନ ୪ଟାରୁ ସକ୍ରିୟ ହେବ ଏବଂ ଜୁନ୍‍ ୩୦ ପର୍ଯ୍ୟନ୍ତ ଚାଲିବ। ଅର୍ଥାତ ଜୁନ୍‍ ୧୨ ଅପରାହ୍ନ ୪ଟାରୁ ୩୦ ଜୁନ୍‍ ରାତି ୧୧ଟା ୫୯ ମଧ୍ୟରେ ଏଥିମଧ୍ୟରୁ କୌଣସି ପ୍ଲାନ୍‍ରେ ରିଚାର୍ଜ କଲେ ଆପଣ ଉପରୋକ୍ତ ସୁବିଧା ପାଇବେ।

Leave A Reply