ହଟିଲା ଧର୍ମଘଟ, ଚାଲିଲା ବସ୍‍

0

ବ୍ରହ୍ମପୁର : ତିନି ଦିନର ଧର୍ମଘଟ ପରେ ଗଞ୍ଜାମ ଜିଲ୍ଲାରେ ବସ ଚଳାଚଳ ସ୍ୱଭାବିକ ହୋଇଛି। ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡରେ ଘରୋଇ ବସ ଚଳାଚଳ ଆରମ୍ଭ ହୋଇଛି। ଭୁବନେଶ୍ୱରଠାରେ ଘରୋଇ ବସ ମାଲିକ ସଂଘ, ଗଞ୍ଜାମ ବସ ମାଲିକ ସଂଘ, ମନ୍ତ୍ରୀ ଓ ସଚିବ ବସି ଆଲୋଚନା କରିବା ପରେ ଧର୍ମଘଟ ପ୍ରତ୍ୟାହାର କରିନିଆଯାଇଛି। ଏହାସହ ଯାତ୍ରୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ଅଧିକ ୧୦ଟି ସିଟି ବସ ସେବା ଆରମ୍ଭ ହୋଇଛି। ସିଟି ବସ୍‍ ପାତ୍ରପୁର, ଦିଗପହଣ୍ଡି, ଖଲିକୋଟ, ପୁରୁଷୋତ୍ତମପୁରକୁ ସେବା ଯୋଗାଇ ଦେବ। ଆବଶ୍ୟକ ସ୍ଥଳେ ଅଧିକ ସିଟି ବସ ଆଣିବାକୁ ପ୍ରଶାସନ ଯୋଜନା କରିଛି। ରାସ୍ତା କଡରେ ବସ ପାର୍କିଂ କରି ଟ୍ରାଫିକ ଜାମ କଲେ ଦୃଢ କାଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି।

Leave A Reply