ଵ୍ରହ୍ମପୁର ବିଶ୍ଵଵିଦ୍ୟାଳୟରେ ଅଘଟଣ; ଭୁଶୁଡିଲା ସାଵେରୀ ଛାତ୍ରୀ ନିଵାସର ଛାତ

ଗୋପାଳପୁର : ବ୍ରହ୍ମପୁର ଵିଶ୍ଵଵିଦ୍ୟାଳୟରେ ଗୁରୁବାର ମଧ୍ୟାହ୍ନ ସାଢେ ୧୨ଟା ସମୟରେ  ଅଚାନକ ଵାଳିକା ଛାତ୍ରୀ ନିଵାସ ପଟୁ ଏକ ଶବ୍ଧ ଶୁଣିଵାକୁ ମିଳିଥିଲା, ଏହା କ’ଣ ଜାଣିଵାକୁ ସମସ୍ତେ ଆତୁର ହୋଉଥିବା ଵେଳେ, ହଠାତ୍ ଵିଶ୍ଵଵିଦ୍ୟାଳୟର କେତେକ କର୍ମଚାରୀ ବାଳିକା ଛାତ୍ରୀ ନିଵାସ ଆଡକୁ ଦୌଡିଥିଲେ। ଵ୍ରହ୍ମପୁର ବିଶ୍ଵଵିଦ୍ୟାଳୟ ପରିସରରେ ଥିବା ବାଳିକା ଛାତ୍ରୀ ନିଵାସ ସାଵେରୀର ତିନି ମହଲା ବିଶିଷ୍ଟ ଏକ ଛାତ ଅଚାନକ ଭୁଶୁଡି ପଡିଥିଲା, କିନ୍ତୁ ସୌଭାଗ୍ୟ ବଶତଃ ସେହି ସମୟରେ ଅଧିକାଂଶ ଛାତ୍ରୀ ପାଠ ପଢିବା ପାଇଁ ଶ୍ରେଣୀକୁ ଚାଲି ଯାଇଥିବାରୁ ସମସ୍ତ ଛାତ୍ରୀ ସୁରକ୍ଷିତ ରହିଯାଇଥିଲେ। କ୍ୟାମ୍ପସ ପରିସରରେ ଛାତ୍ର ଓ ଛାତ୍ରୀଙ୍କ ରହିବା ନିମନ୍ତେ ୬ ଟି ବାଳକ ଛାତ୍ରାବାସ ସହ ୬ ଟି ଵାଳିକା ଛାତ୍ରୀନିବାସ ରହିଛି। ଉଭୟ ହଷ୍ଟେଲରେ ପ୍ରାୟ ଆଠ ଶହରୁ ଉର୍ଦ୍ଧ୍ବ ଛାତ୍ର ଓ ଛାତ୍ରୀ ରହିଵାର ସୁଵିଧା ରହିଛି। ୧୯୮୯ ମସିହାରେ ଵିଶ୍ଵଵିଦ୍ୟାଳୟ ପକ୍ଷରୁ ବାଳକ, ଵାଳିକା ହଷ୍ଟେଲ ସମେତ ଷ୍ଟାଫ କ୍ଵାଟର ଓ ଅନ୍ୟାନ୍ୟ କୋଠା ନିର୍ମାଣ କରାଯାଇଥିଲା। ଏହା ମଧ୍ୟରେ ୩୦ବର୍ଷ ଅତିକ୍ରାନ୍ତ ହେଵାକୁ ଵସିଥିବା ଵେଳେ ଅଧିକାଂଶ କୋଠା ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲି ଆସିଲାଣି, ଵିଶେଷ କରି ଗତ ଚାରି ବର୍ଷ ତଳୁ କ୍ୟାମ୍ପସ ପରିସରରେ ଥିଵା କର୍ମଚାରୀ କୋଠା ଵିପଦ ସଙ୍କୁଳ ଅଵସ୍ଥାକୁ ଚାଲି ଆସିଥିବା ସହ ସେଗୁଡିକର ଉଚିତ ରକ୍ଷଣାବେକ୍ଷଣ ହୋଇପାରୁନାହିଁ। ଏହାକୁ ନେଇ ଵିଗତ ଚାରି ବର୍ଷ ହେବ କର୍ମଚାରୀମାନେ ଵାରମ୍ଵାର କତୃପକ୍ଷଙ୍କୁ ଜଣାଉଥିଲେ ମଧ୍ୟ କୋଠା ଗୁଡିକର ମରାମତି ହୋଇପାରୁନାହିଁ। ସେହିପରି ଗତ ତିନି ଵର୍ଷ ହେବ ବାଳିକା ହଷ୍ଟେଲର ଅନ୍ତେବାସୀମାନେ ମଧ୍ୟ ସାବେରୀ ହଷ୍ଟେଲର ଛାତରୁ ପଲସ୍ତରା ଖଣ୍ଡ ମାନ ଖସୁଥିଵା ନେଇ ଲିଖିତ ଭାବେ ହେଷ୍ଟଲ ସୁପରିଟେଣ୍ଡେଣ୍ଟ ଓ କୁଳପତିଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଏଥିପ୍ରତି କେହି ଧ୍ୟାନ ଦେଉନଥିଲେ। ଏହି ସାଵେରୀ ହଷ୍ଟେଲରେ ଦ୍ଵିତୀୟ ଵର୍ଷର ୧୧୧ ଜଣ ଛାତ୍ରଛାତ୍ରୀ ରହୁଥିଲେ। ଛାତ ଭୁଶୁଡିଵା ଘଟଣା ପରେ କୁଳସଚିବ ରଞ୍ଜନ କୁମାର ସ୍ଵାଇଁ, ପିଜି କାଉନସିଲ୍ ଅଧ୍ୟକ୍ଷା ତଥା ଭାରପ୍ରାପ୍ତ କୁଳପତି ପ୍ରଫେସର ଅରୁନ୍ଧତି ରଥ, ଓ୍ଵାର୍ଡେନ ଭାଗିରଥି ପାଣିଗ୍ରାହୀ, ସୁପରିଟେଣ୍ଡଟ ପୁଷ୍ପାଞ୍ଜଳି ସାମନ୍ତରାୟଙ୍କ ସହ ସିଭିଲ, ଜନସ୍ଵାସ୍ଥ୍ୟ ଓ ଵିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଘଟଣାସ୍ଥଳ ପରିଦର୍ଶନ ସମୟରେ ସାଵେରୀ ହଷ୍ଟେଲର ତିନି ମହଲା ବିଶିଷ୍ଟ ଟୟଲେଟ କମ୍ପଲେକ୍ସ କୋଠାଟି ଭୁଶୁଡି ଯାଇଥିବା ବେଳେ ଅନ୍ତେବାସୀଙ୍କ କୋଠା ସୁରକ୍ଷିତ ରହିଥିବା ଜଣାପଡିଛି। କିନ୍ତୁ ଏହି ସାଵେରୀ ହଷ୍ଟେଲକୁ ସମ୍ପୂର୍ଣ୍ଣ ଭାବେ ଖାଲି କରାଯାଇ ଏଠାରେ ରହୁଥିବା ୧୧୧ଛାତ୍ରୀଙ୍କୁ ଚିଲିକା ହଷ୍ଟେଲକୁ ସନ୍ଧ୍ୟା ସୁଦ୍ଧା ସିଫ୍ଟ କରିଦିଆଯାଇଛି।

ସୂଚନାଯୋଗ୍ୟ ଯେ, ଛାତ ଭୁଶୁଡିଵା ଘଟଣା ମଧ୍ୟାହ୍ନ ୧୨ଟା୩୦ ବଦଳରେ ସକାଳ ସମୟରେ ଘଟିଥିଲେ ବହୁ ଜୀଵନ ନଷ୍ଟ ହୋଇଥାନ୍ତା। ସକାଳ ସମୟରେ ଅନ୍ତେବାସୀମାନେ ଶୌଚ ପାଇଁ ଟୟଲେଟ କମ୍ପଲେକ୍ସ ଵ୍ୟଵହାର କରି ଶୌଚାଳୟରେ ଥିଲେ ବଡ ଧରଣର ଅଘଟଣ ଘଟିଯାଇଥାନ୍ତା। ଗତ ଖରା ଛୁଟି ମଇ ମାସରୁ ଜୁନ ୨୭ପର୍ୟ୍ୟନ୍ତ କ୍ୟାମ୍ପସ ପରିସରରେ ଥିବା ସମସ୍ତ ହଷ୍ଟେଲକୁ ଵିଶ୍ଵଵିଦ୍ୟାଳୟ କତୃପକ୍ଷଙ୍କ ପକ୍ଷରୁ ଖାଲି କରିଦିଆଯିଵା ସହ ହଷ୍ଟେଲରେ ଵିଭିନ୍ନ ମରାମତି କାର୍ଯ୍ୟ କରାଯାଇଥିଲା। ସେହି ସମୟରେ କୌଣସି କତୃପକ୍ଷ ସାଵେରୀ ହଷ୍ଟେଲ କୋଠା ଵିପଦସଙ୍କୁଳ ଥିଵା କିପରି ଜାଣିପାରିଲେ ନାହିଁ ବୋଲି ଚର୍ଚ୍ଚା ଜୋର ଧରିଛି। ଅନ୍ୟପଟେ ଖରାଛୁଟି ପୂର୍ବରୁ କୁଳପତିଙ୍କ ଦ୍ଵାରା ଆହତ ସିଣ୍ଡିକେଟ ଵୈଠକରେ ଚଳିତ ଵର୍ଷ ରୁଷା ପାଣ୍ଠିରୁ ୧୧ଲକ୍ଷ ବ୍ୟୟ କରାଯାଇ ହଷ୍ଟେଲର ମରାମତି କାର୍ଯ୍ୟ ସମ୍ପାଦନ କରାଯିଵ ଵୋଲି ସ୍ଥିର ହୋଇଥିଲେ ସୁଦ୍ଧା ଏହା ସମ୍ଭବ ହୋଇପାରିନଥଲା। ଅନ୍ୟପଟେ ହଷ୍ଟେଲ ସୁପରିଟେଣ୍ଡେଣ୍ଟମାନେ ହଷ୍ଟେଲ ଫଣ୍ଡରୁ ଦଶ ହଜାର ଲେଖାଏଁ ଖର୍ଚ୍ଚ କରି କିଛି କିଛି ମରାମତି କରିଥିବା ଜଣାପଡିଛି। ଏ ଘଟଣା ନେଇ କୁଳସଚିବ ରଞ୍ଜନ କୁମାର ସ୍ଵାଇଁ ସୁଚନା ଦେଇଛନ୍ତି ଯେ, ଘଟଣା ପରେ ସାଵେରୀରେ ରହୁଥିବା ଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସମସ୍ତ ଅନ୍ତେବାସୀଙ୍କୁ ଅନ୍ୟ ହଷ୍ଟେଲକୁ ସ୍ଥାନାନ୍ତରିତ କରାଯାଇଛି। ଏହା ସହ ଵିଶ୍ଵଵିଦ୍ୟାଳୟ ଉନ୍ନୟନ ଅଧିକାରୀ ସୁଶୀଲ କୁମାର ଗନ୍ତାୟତଙ୍କୁ ବିଶ୍ଵଵିଦ୍ୟାଳୟ ପରିସରରେ ଥିବା ସମସ୍ତ କୋଠାକୁ ନିରକ୍ଷଣ କରି କୁଳସଚିବଙ୍କୁ ରିପୋର୍ଟ ଦାଖଲ କରିଵାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ସାଵେରୀ ହଷ୍ଟେଲକୁ ସିଭିଲ କନିଷ୍ଠ ଯନ୍ତ୍ରୀଙ୍କ ଦ୍ଵାରା କୋଠା ନିରୀକ୍ଷଣ ପରେ ତାହାକୁ ମରାମତି କରାଯିଵ କିମ୍ବା ସମ୍ପୂର୍ଣ୍ଣ ଭଙ୍ଗା ଯିବ ତାହା ନିଷ୍ପତ୍ତି ନିଆଯିବ ଵୋଲି ଶ୍ରୀ ସ୍ଵାଇଁ ସୂଚନା ଦେଇଛନ୍ତି। ଗତ ୨୦୧୭ ମସିହା ଠାରୁ ଵିଶ୍ଵଵିଦ୍ୟାଳୟରେ ସିଭିଲ କନିଷ୍ଠ ଯନ୍ତ୍ରୀ ପଦଵୀ ଖାଲି ରହିଥିବା ବେଳେ ଏଠାରେ କାର୍ୟ୍ୟରତ ଜନସ୍ଵାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀ ସରୋଜିନୀ କର ଦାୟିତ୍ବରେ ରହିଛନ୍ତି। ଗୁରୁବାରର ଏହି କୋଠା ଭୁଶୁଡିଵା ଘଟଣା ନେଇ ଵିଶ୍ଵଵିଦ୍ୟାଳୟ କତୃପକ୍ଷଙ୍କ କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନଵାଚୀ ସୃଷ୍ଟି କରିଛି। ବିଶ୍ଵଵିଦ୍ୟାଳୟରେ ଗତ ତିନି ବର୍ଷ ମଧ୍ୟରେ ପ୍ରାୟ ୮୦କୋଟିରୁ ଉର୍ଦ୍ଧ୍ବ ଖର୍ଚ୍ଚ କରାଯାଇ ଵହୁ ନୂତନ କୋଠା ନିର୍ମାଣ କରାଯାଇଥିଲେ ମଧ୍ୟ ପୁରୁଣା କୋଠାର ମରାମତି କିମ୍ବା ରକ୍ଷଣାବେକ୍ଷଣ ପ୍ରତି କୌଣସି ଧ୍ୟାନ ଦିଆଯାଇନାହିଁ।

Comments are closed.