ଦୁଇ ଜଣଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

ବ୍ରହ୍ମପୁର : ଦୁଇ ଜଣଙ୍କୁ ବାଇକରେ ଆସି ଶୁକ୍ରବାର ୪ ଜଣ ଦୁର୍ବୃତ୍ତ ଖଣ୍ଡାରେ ହାଣି ଥିବା ଜଣାପଡିଛି। ଦିଗପହଣ୍ଡି ଦେଓଖାଳି ଛକରେ ପ୍ରଥମେ ଜଣେ ହୋଟେଲ ମାଲିକଙ୍କୁ ଦୁର୍ବୃତ୍ତମାନେ ହାଣିଥିବାବେଳେ ପରେ କରପଡ଼ା ଗ୍ରାମରେ ବାଇକରେ ଯାଉଥିବାବେଳେ ଜଣଙ୍କୁ ଅଟକାଇ ଖଣ୍ଡାରେ ହାଣିଥିଲେ। ପୂର୍ବ ସତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଗୁରୁତର ଦୁଇ ଜଣଙ୍କୁ ବ୍ରହ୍ମପୁର ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Comments are closed.